27.1 C
Bhubaneswar
Tuesday, March 31, 2026
Homeଓଡିଶା୭ ଦିନ ମଧ୍ୟରେ ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

୭ ଦିନ ମଧ୍ୟରେ ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର : ୭ ଦିନ ମଧ୍ୟରେ ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ। ଅଭିଯୁକ୍ତଙ୍କ ଡାକ୍ତରୀ ମାଇନାରେ ବି ବିଳମ୍ବକୁ ବରଦାସ୍ତ କରାଯିବନି । ’ ନୂଆ ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୁଡକୁ ଚାଲି ଆସିଛି ସ୍ୱାସ୍ଥ୍ୟ ବିଭାଗ । ଏଥିସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏପରି ନିର୍ଦ୍ଦେଶାନାମା ଦିଆଯାଇଛି। ସରକାରୀ ହସ୍ପିଟାଲ ସମେତ ଘରୋଇ ହସ୍ପିଟାଲଗୁଡ଼ିକୁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶାନାମା ଜାରି ହୋଇଛି । ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ ୭ ଦିନରେ ତଦନ୍ତକାରୀ ପୁଲିସ ଅଧିକାରୀଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଛି। ସମଗ୍ର ଦେଶରେ ଲାଗୁ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୮୪ ଧାରା ଅନୁସାରେ ଏହି ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ବିଜ୍ଞପ୍ତିରେ ପ୍ରକାଶ କରିଛି। ଡାକ୍ତରୀମାଇନା କରିବା ପୂର୍ବରୁ ପୀଡ଼ିତାଙ୍କ ଅନୁମତି ଆବଶ୍ୟକ। ପୀଡ଼ିତା ନାବାଳିକା ହୋଇଥିଲେ ପିତାମାତାଙ୍କ ସ୍ୱୀକୃତି ଜରୁରୀ। ଅନ୍ୟପଟେ ଅଭିଯୁକ୍ତଙ୍କ ଡାକ୍ତରୀମାଇନାରେ ବି ବିଳମ୍ବ ନକରିବାକୁ କୁହାଯାଇଛି। ଏହି ନିୟମ ସବୁ ସରକାରୀ ଓ ଘରୋଇ ଡାକ୍ତରଖାନା ପାଇଁ ଲାଗୁ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking