26.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶମେଡିକାଲ୍ରୁ ଡିସଚାର୍ଜ ହେଲେ ଲାଲକୃଷ୍ଣ ଆଡଭାନୀ

ମେଡିକାଲ୍ରୁ ଡିସଚାର୍ଜ ହେଲେ ଲାଲକୃଷ୍ଣ ଆଡଭାନୀ

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ  ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଅସୁସ୍ଥତା ହେତୁ ଗତରାତିରେ ଆଡଭାନୀଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ହୋଇଥିଲା ଏବଂ ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ୯୬ ବର୍ଷୀୟ ଆଡଭାନୀଙ୍କୁ ଗତକାଲି ଜେରିଆଟ୍ରିକ୍(ବାର୍ଦ୍ଧକ୍ୟଜନିତ ଅସୁସ୍ଥତା) ବିଭାଗର ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚ ୩୦ ତାରିଖରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପାଇଥିବା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆଡଭାନୀଙ୍କ ସ୍ବାସ୍ଥ୍ୟାବସ୍ଥା ଗତକାଲି ବିଳମ୍ବିତ ରାତିରେ ହଠାତ ଖରାପ ହୋଇଯାଇଥିଲା। ଆ‌ଡଭାନୀଙ୍କୁ ୟୁରୋଲୋଜି ଏବଂ କାର୍ଡିଓଲୋଜି ବିଭାଗର ବିଶେଷଜ୍ଞ ଡାକ୍ତରମାନେ ମଧ୍ୟ ଚିକିତ୍ସା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking