22.1 C
Bhubaneswar
Friday, February 13, 2026
Homeଅପରାଧମହିଳା ଓକିଲଙ୍କ ବେକରୁ ଟାଣିନେଲେ ସୁନା ଚେନ

ମହିଳା ଓକିଲଙ୍କ ବେକରୁ ଟାଣିନେଲେ ସୁନା ଚେନ

କେନ୍ଦୁଝର : ଦିନ ଦ୍ଵିପ୍ରହରାରେ ଲୁଟ। ମହିଳାଙ୍କ ବେକରୁ ଚାମ୍ପିନେଲେ ସୁନା ଚେନ । କେନ୍ଦୁଝର ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ମହିଳା ଓକିଲଙ୍କ ବେକରୁ ଟାଣିନେଲେ ସୁନା ଚେନ । ସୂଚନା ଅନୁଯାୟୀ,କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଶାଳପଡ଼ାରେ ଜଣେ ମହିଳା ଓକିଲ ବସ୍‌ରୁ ଓହ୍ଲାଇ ଚାଲି ଚାଲି କୋର୍ଟକୁ ଯାଉଥିଲେ। ଏହି ସମୟରେ ଅଚାନକ ଜଣେ ଦୁର୍ବୃତ୍ତ ପଛରୁ ଆସି ତାଙ୍କ ବେକରୁ ସୁନାଚେନ୍‌ ଟାଣି ନେଇଥିଲା। ଆଖି ପିଛୁଳାକେ ସମ୍ପୃକ୍ତ ଯୁବକ ଅନ୍ୟଜଣେ ଯୁବକଙ୍କ ବାଇକ୍‌ରେ ବସି ସେଠାରୁ ଦ୍ରୁତଗତିରେ ପଳାଇଥିଲା। ଏହାପରେ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ତଦନ୍ତ କରୁଥିଲାବେଳେ ସିସିଟିଭିରେ କଏଦ ହେଲା ଲୁଟେରାଙ୍କ ଫଟୋ । ଏହି ସିସିସ୍ଟିଭି ଫୁଟେଜକୁ ନେଇ ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking