24.1 C
Bhubaneswar
Friday, February 13, 2026
Homeଅପରାଧବଡ଼ଭାଇକୁ କୁରାଢ଼ୀରେ ହାଣି ହତ୍ୟା କଲା ସାନ ଭାଇ

ବଡ଼ଭାଇକୁ କୁରାଢ଼ୀରେ ହାଣି ହତ୍ୟା କଲା ସାନ ଭାଇ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଛି ଅଭାବନୀୟ ଘଟଣା। ମଦନିଶାରେ ବଡ଼ଭାଇକୁ କୁରାଢ଼ୀରେ ହାଣି ହତ୍ୟା କରିଛି ସାନ ଭାଇ। ଏହା ପରେ ଅଭିଯୁକ୍ତ ସାନଭାଇ ଥାନାରେ ଯାଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ସୂଚନା ଯୋଗ୍ୟ ଯେ, ମୃତବ୍ୟକ୍ତି ହେଲେ ରାମ ଆଶୟଙ୍କ ପୁଅ ରମେଶ। ପୁଲିସ କହିଛି ଲକ୍ଷ୍ନୌର ବନ୍ଥରା ଅଞ୍ଚଳରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି। ଏଠାରେ ଜଣେ ବ୍ୟକ୍ତି ନିଜର ବଡ଼ ଭାଇ ରମେଶ ଆଶୟଙ୍କୁ ଗାଳି ଦେବାରୁ ଧାରୁଆ କୁରାଢ଼ୀରେ ଆକ୍ରମଣ କରିଛି। ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବଡ଼ଭାଇର ମୃତ୍ୟୁ ହୋଇଛି। ହତ୍ୟା ପରେ ଅଭିଯୁକ୍ତ ଥାନାକୁ ଯାଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଯୁଗ୍ମ କମିସନର ଆକାଶ କୁଲହରିଙ୍କ ଅନୁସାରେ ମୃତ ରକେଶ ମଦପିଇ ନିଶାସକ୍ତ ଅବସ୍ଥାରେ ନିଜର ସାନଭାଇ ସୁଜୀତଙ୍କୁ ସବୁବେଳେ ଗାଳି କରୁଥିଲେ। ସୀମା ଟପିବାରୁ ସୁଜୀତ ଏକ କୁରାଢ଼ୀରେ ବଡ଼ଭାଇ ରମେଶଙ୍କୁ ଆକ୍ରମଣ କରିଥିଲେ। ଏହା ପରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ପୁଲିସ ମୃତଦେହ ଜବତ କରିଛି। ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking