19.1 C
Bhubaneswar
Wednesday, February 11, 2026
Homeଓଡିଶାସାପ ଦଂଶନରେ ସାପ ଧରାଳି ମୃତ

ସାପ ଦଂଶନରେ ସାପ ଧରାଳି ମୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଘଟିଛି ଅଭାବନୀୟ ଘଟଣା। ସାପ ଦଂଶନରେ ସାପ ଧରାଳି ମୃତ । ମୃତ ସାପ ଧରାଳିଙ୍କ ନାଁ ଗୌର ଜଗଦଲା। ସେ ମେଣ୍ଡାମାଳ ଗାଁର ବାସିନ୍ଦା ଥିଲେ। ଚମ୍ପମାଳ ଗାଁରେ ଆଜି ଜଣଙ୍କ ଘରେ ସାପ ପଶିଯାଇଥିବା ଖବର ପାଇ ସେଠାକୁ ଯାଇଥିଲେ ଗୌର ଜଗଦଲା। ସେଠାରେ ସେ ସାପଟିକୁ ଧରିବାରେ ସଫଳ ହୋଇଥିଲେ। ସାପକୁ ଧରି ଫେରିବା ବାଟରେ ସେ ବୀରମହାରାଜପୁର ଥାନାକୁ କିଛି କାମରେ ଯାଇଥିଲେ। ଥାନାରେ କାମ ସାରିବା ପରେ ଉପସ୍ଥିତ ପୁଲିସ୍ କର୍ମଚାରୀ ଓ ଅନ୍ୟ ଲୋକଙ୍କୁ ସାପଟିକୁ ଦେଖାଇବାକୁ ଆଗ୍ରହ ପ୍ରକାଶ କରିଥିଲେ ଗୌର ଜଗଦଲ। ସେଥିପାଇଁ ସେ ପ୍ଲାଷ୍ଟିକ୍ ଡବାରେ ଭର୍ତ୍ତି କରି ରଖିଥିବା ସାପଟିକୁ ବାହାର କରିଥିଲେ। ଲୋକଙ୍କୁ ଖେଳ ଦେଖାଇ ଗୌର ଜଗଦଲା ପୁଣି ସାପଟିକୁ ପ୍ଲାଷ୍ଟିକ୍ ଡବାରେ ଭର୍ତ୍ତି କରୁଥିବା ବେଳେ ସାପଟି ତାଙ୍କ ହାତକୁ କାମୁଡ଼ି ଦେଇଥିଲା। ଥାନାରୁ ଜଣେ ବ୍ୟକ୍ତି ତାଙ୍କୁ ବାଇକ୍‌ରେ ସୋନପୁର ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking