28.1 C
Bhubaneswar
Saturday, September 28, 2024
Homeଓଡିଶାବାଲେଶ୍ୱରକୁ ଫେରିଲା ଇଣ୍ଟରନେଟ ସୁବିଧା

ବାଲେଶ୍ୱରକୁ ଫେରିଲା ଇଣ୍ଟରନେଟ ସୁବିଧା

ବାଲେଶ୍ବର : ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ ପରେ ଉପୁଜିଥିବା ସ୍ଥିତିରେ ବର୍ତ୍ତମାନ ସୁଧାର ଆସିଛି । ଆଜିଠୁ ବାଲେଶ୍ବରରେ ଇଣ୍ଟରନେଟର ସୁବିଧା ମିଳିବା ସହିତ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେଥିପାଇଁ ସହରରେ କର୍ଫ୍ୟୁ କୋହଳ କରାଯାଇଛି । ବାଲେଶ୍ବରର ବିଭିନ୍ନ ଅଞ୍ଚଳରେ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ଧୀରେ ଧୀରେ ସହରରେ ଶାନ୍ତ ବାତାବରଣ ସୃଷ୍ଟି ହେଉଛି । ସହରର ସମ୍ବେଦନଶୀଳ ଅଞ୍ଚଳରେ ଡ୍ରୋନ୍ ସାହାଯ୍ୟରେ ନଜର ରଖାଯାଉଛି । ବିଭିନ୍ନ ସ୍ଥାନରେ ମଧ୍ୟ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୂଚନା ଯୋଗ୍ୟ ଯେ,ସପ୍ତାହେ ପରେ ବାଲେଶ୍ବରରେ ଇଣ୍ଟରନେଟର ସୁବିଧା ସ୍ୱାଭାବିକ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବା ପରେ ବାଲେଶ୍ବରରେ ଇଣ୍ଟରନେଟ ସୁବିଧା ସହିତ କର୍ଫ୍ୟୁ ଜାରି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking