18.1 C
Bhubaneswar
Thursday, December 18, 2025
Homeଓଡିଶାଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ଅନେକ ସ୍ଥାନରେ ବର୍ଷା ସମ୍ଭାବନା

ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ଅନେକ ସ୍ଥାନରେ ବର୍ଷା ସମ୍ଭାବନା

ଭୁନେଶ୍ବର: ରାଜ୍ୟରେ ଆସନ୍ତା ୫ ଦିନ ଯାଏ ବର୍ଷାର ସମ୍ଭାବନା ରହିଛି । ଏହିକ୍ରମରେ ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ବେଳେ ଗଜପତି, ଗଞ୍ଜାମ ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ହେବ । ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । ତେବେ ୨୫ରୁ ବର୍ଷା ବଢ଼ିବାର ସମ୍ଭାବନା ରହିଛି । ବିଶେଷ କରି କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।

ଏହାସହ ଏବେ ଗରମ ଓ ଗୁଳୁଗୁଳିରୁ ସାମୟିକ ଅସ୍ବସ୍ତି ମିଳିଥିବା ବେଳେ ଆଗାମୀ ଦିନରେ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ସହ ତାପମାତ୍ରା ୨ରୁ ତିନି ଡିଗ୍ରୀ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୨୬ ତାରିଖରେ ଅନେକ ସ୍ଥାନରେ ବର୍ଷା ସହ ଗୋଟେ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ୨୬ ରୁ ୨୭ ତାରିଖରେ ବିଶେଷ କରି ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।

୨୮ ଓ ୨୯ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବା ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମୌସୁମୀ ଛୁଇଁଥିବା ବେଳେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ ଏବଂ ବାଲେଶ୍ୱରର କେତେକ ଅଂଶକୁ ଛୁଇନାହିଁ ମୌସୁମୀ । ପାଗ ଅନୁକୂଳ ଥିବା ବେଳେ ଆଗାମୀ ଦିନରେ ୩ରୁ ୪ ଦିନ ମଧ୍ୟରେ ଏହିସବୁ ଜିଲ୍ଲାକୁ ମୌସୁମୀ ଅଗ୍ରସର ହେବ ବୋଲି କହିଛି ପାଣିପାଗ । ସେହପରି ଆଭ୍ୟନ୍ତରୀଣ ଓଡ଼ିଶାରେ ରହିଛି ଘୂର୍ଣ୍ଣିବଳୟ ସମ୍ଭାବନା । ଫଳରେ ଦକ୍ଷିଣ ପଶ୍ଚିମ ଦିଗରୁ ଉପକୂଳ ଓଡ଼ିଶା ଆଡ଼କୁ ପବନ ପ୍ରବାହିତ ହେଉଛି । ଆଭ୍ୟନ୍ତରୀଣ ଓଡ଼ିଶାକୁ ଦକ୍ଷିଣ ପୂର୍ବ ଦିଗରୁ ପବନ ଆସୁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking