29.1 C
Bhubaneswar
Saturday, September 28, 2024
Homeଓଡିଶାବାଣ ବିସ୍ଫୋରଣରେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ

ବାଣ ବିସ୍ଫୋରଣରେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଘଟିଛି ଅଭାବନୀୟ ଘଟଣା । ବାଣ ବିସ୍ଫୋରଣରେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ । ସର୍ଟସର୍କିଟରୁ ବାଣଗୋଦାମରେ ଘଟିଲା ବିସ୍ଫୋରଣ । ବାଣ ଗୋଦାମକୁ ଯାଇଥିବା ସମୟରେ ହଠାତ ବିସ୍ଫୋରଣ ହୋଇଥିଲା । ସୂଚନା ଅନୁଯାୟୀ,ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମହୁଲପାଟଣା ଗାଁରେ ଶନିବାର ଅପରାହ୍ନ ସମୟରେ ଘର ନିକଟ ଏକ ଅସ୍ଥାୟୀଘରେ ଥିବା ବାଣ ଗୋଦାମକୁ ଯାଇଥିଲେ । ସେହି ସମୟରେ ବିଦ୍ୟୁତ ସର୍ଟସର୍କିଟରୁ ଆକସ୍ମିକ ଅଗ୍ନିକାଣ୍ଡ ହୋଇ ବାରୂଦ ସମେତ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଗଛିତ ଥିବା ଅସ୍ଥାୟୀଘରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ଏକ ଶବ୍ଦ ହୋଇଥିଲା । ଏହି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ସେଠାକୁ ଦୌଡ଼ି ଆସିଥିଲେ । ସେଠାରେ ବ୍ୟବସାୟୀଙ୍କ ଅର୍ଦ୍ଧ ଦଗ୍ଧ ଶରୀର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଜଣାଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking