19.1 C
Bhubaneswar
Thursday, February 12, 2026
Homeଓଡିଶାସୋଆରେ ଆନ୍ତର୍ଜାତୀକ ଯୋଗ ଦିବସ ପାଳିତ

ସୋଆରେ ଆନ୍ତର୍ଜାତୀକ ଯୋଗ ଦିବସ ପାଳିତ

ଭୁବନେଶ୍ୱର, : ଉତମ ଛାତ୍ର ହେବା ପାଇଁ ସୁସ୍ଥ ରହିବା ଆବଶ୍ୟକ । ସୁସ୍ଥ ଓ ନିରାମୟ ଜୀବନ ପାଇଁ ଯୋଗାଭ୍ୟାସର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆର୍ନ୍ତଜାତୀକ ଯୋଗ ଦିବସ ପାଳିତ ହୋଇଯାଇଛି ।
ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଏଠାରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସୋଆର ଯୋଗ ପ୍ରଶିକ୍ଷକ ଶ୍ରୀ ଅଖିଳ ଚନ୍ଦ୍ର ରଣା ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଭ୍ୟାସ କରାଇଥିଲେ । ପ୍ରାତଃ ସମୟରେ ଯୋଗାଭ୍ୟାସ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା ।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ନ୍ୟୁରୋସର୍ଜନ ତଥା ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର ଅଶୋକ କୁମାର ମହାପାତ୍ର, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍‌ନାଲ୍ ପ୍ରୋଗ୍ରାମ୍ କୋର୍ଡିନେଟର ଡକ୍ଟର କମଳ ଲୋଚନ ମହାନ୍ତ, ଭାରତ ସରକାର ଏନ୍‌ଏସ୍‌ଏସ୍‌ର ଯୁବ ଅଫିସର ଶ୍ରୀ ଅଜିତ କୁଶୱାହା ସାମିଲ ହୋଇଥିଲେ ।
ଯୋଗ ଦ୍ୱାରା ଯୁବପିଢ଼ିଙ୍କ ମନ ଶାନ୍ତ ଓ ଶରୀର ସୁସ୍ଥ ରହିଥାଏ । ଶରୀରର ସୁରକ୍ଷା କବଚ ହେଉଛି ଯୋଗ । ଏହା ମାନସିକ ଓ ଆଧ୍ୟାତ୍ମିକ ଅଭିବୃଦ୍ଧି ସହାୟକ ହୋଇଥାଏ ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇଥିôବା ବିଶିଷ୍ଟ ବ୍ୟକ୍ତିମାନେ ବକ୍ତବ୍ୟ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ସୋଆ ଅଧିନସ୍ଥ ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ୍ୱର୍ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ ମହାନ୍ତି, ଡକ୍ଟର ଶ୍ୟାମଳେନ୍ଦୁ ତ୍ରିପାଠୀ, ଶ୍ରୀ କୁମାର ସମ୍ଭବ ଗିରି ଏବଂ ଡକ୍ଟର ମୌ ରାୟ ଏହାର ପରିଚାଳନା କରିଥିଲେ । ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking