21.1 C
Bhubaneswar
Saturday, February 14, 2026
Homeଓଡିଶାଡ୍ରେନ୍‌ ଟ୍ରାଜେଡି : ସହକାରୀ ଯନ୍ତ୍ରୀ ନିଲମ୍ବିତ

ଡ୍ରେନ୍‌ ଟ୍ରାଜେଡି : ସହକାରୀ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ୱର : ରାଜଧାନୀ ଡ୍ରେନ୍‌ରେ ଭାସିଯାଇ ନାବାଳକ ମୃତ୍ୟୁ ଘଟଣାରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)ର ଡ୍ରେନେଜ୍‌ ଡିଭିଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କୁ ନିଲମ୍ବନ କରାଯାଇଛି। ଗତ ୧୮ ତାରିଖରେ ତିନି ନମ୍ବର ୟୁନିଟ୍‍ ଅଞ୍ଚଳରେ ଜଣେ ୯ ବର୍ଷର ବାଳକ ଖୋଲା ଡ୍ରେନ୍‌ରେ ଭାସିଯାଇ ମୃତ୍ୟୁବରଣ କରିଥିଲେ। ଡ୍ରେନ୍‌ରେ ଭାସୁଥିବା ଗୋଟିଏ ବେଲୁନ୍‍ ଆଣିବାକୁ ଯାଇ ନାବାଳକ ଜଣକ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲା। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ କରିବା ସହିତ କର୍ତ୍ତୃପକ୍ଷଙ୍କଠାରୁ ଏ ସଂକ୍ରାନ୍ତୀୟ ରିପୋର୍ଟ ତଲବ କରିଥିଲେ। କର୍ତ୍ତୃପକ୍ଷ ମଧ୍ୟ ତୁରନ୍ତ ଘଟଣାର ସରଜମିନ ତଦନ୍ତ କରି ରିପୋର୍ଟ ଦେଇଥିଲେ। ରିପୋର୍ଟ ହସ୍ତଗତ ହେବାପରେ ସରକାରଙ୍କ ପକ୍ଷରୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯେଉଁ ସ୍ଥାନରେ ପିଲାଟି ଡ୍ରେନ୍‌ରେ ପଡି ଭାସି ଯାଇଥିଲା ସେହି ସ୍ଥାନରେ ବାଡ ଲଗାଯାଇନଥିବା ରିପୋର୍ଟରେ ଦର୍ଶାଯାଇଛି। ଏଭଳି ସମ୍ବେଦନଶୀଳ ସ୍ଥାନରେ ବାଡ ନଲଗାଇବା ପାଇଁ ୫ ନମ୍ବର ଡ୍ରେନ୍‌ ଡିଭିଜନ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ଶ୍ରୀ ଦାସଙ୍କୁ ଦାୟୀ କରାଯାଇଛି। ତଦନୁଯାୟୀ ରାଜ୍ୟ ସରକାର କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ ସହିତ ଶ୍ରୀ ଦାସଙ୍କୁ ନିଲମ୍ବନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking