30.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଆଜି ଅନ୍ତର୍ଜାତୀୟ ଯୋଗ ଦିବସ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

ନୂଆଦିଲ୍ଲୀ : ଜୁନ୍ ୨୧ ତାରିଖ ତଥା ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି ଦିନର ଶୁଭାରମ୍ଭ ହୋଇଥିଲା, ଯାହା ଏବେ ୧୦ ବର୍ଷରେ ପହଂଚିଛି । ଏଥରର ଥିମ୍‌ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’।ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୪ ମସିହା ଠାରୁ ପ୍ରତିବର୍ଷ ଜୁନ୍ ୨୧ରେ ଏକ ବିଶ୍ୱସ୍ତରରେ ଉତ୍ସାହର ସହିତ ଉତ୍ସବ ଭାବରେ ପାଳନ କରାଯାଉଛି। ଏହା ଏବେ ବିଶ୍ବବ୍ୟାପୀ ପାଳନ କରାଯାଉଛି। ଯୋଗର ପ୍ରାଚୀନ ଭାରତୀୟ କଳା ଏବଂ ଆମର ମାନସିକ, ଶାରୀରିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ଉପରେ ଏହାର ମହତ୍ ପ୍ରଭାବକୁ ସାଂସ୍କୃତିକ ଏବଂ ଭୌଗଳିକ ପ୍ରତିବନ୍ଧକକୁ ଚିହ୍ନିଥାଏ। ଏଥିପାଇଁ ଦେଶ, ବିଦେଶ ଓ ରାଜ୍ୟସ୍ତରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁକ୍ରବାର ସକାଳ ୭ଟା ସମୟରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଯୋଗଦେଇଛନ୍ତି।ବିଶ୍ବର ୧୯୨ଟି ଦେଶରେ ଯୋଗର ଆୟୋଜନ କରାଯାଇଛି। ପୂରା ବିଶ୍ବରେ କୋଟିକୋଟି ଜନତା ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗରେ ନିମଗ୍ନ ରହିଛନ୍ତି। ବିଶ୍ବର ପ୍ରସିଦ୍ଧ ସ୍ଥାନରେ ଓ ଜଣାଶୁଣା ଲୋକ ମଧ୍ୟ ଯୋଗରେ ଅଂଶଗ୍ରହଣ କରିଛନ୍ତି। ଉତ୍ତରାଖଣ୍ଡର ହରିଦ୍ବାରରେ ଯୋଗଗୁରୁ ବାବା ରାମଦେବ ଓ ତାଙ୍କର ଶିଶ୍ୟ ଆଚାର୍ଯ୍ୟ ବାଳକୃଷ୍ଣ ଯୋଗ କରିଛନ୍ତି। ଏହି ଅବସରରେ ଛୋଛୋଟ ଶିଶୁମାନେ ମଧ୍ୟ ସାମିଲ ହୋଇ ଯୋଗ କରିଛନ୍ତି। ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ବିଏଲ୍‌ ବର୍ମା ଆଜି ସକାଳୁ ଯୋଗ କରିଛନ୍ତି। ସେହିପରି ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଆଜି ସକାଳୁ ଯୋଗ ଶିବିର ଆରମ୍ଭ ହୋଇଯାଇଛି। ଯୋଗ କେବଳ ଶାରୀରିକ ନୁହେଁ, ବରଂ ମାନସିକ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟ ହୋଇଥାଏ। ଏହି କାରଣରୁ ବିଶ୍ବର ଜନତା ଯୋଗକୁ ଗୁରୁତ୍ବ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ କଶ୍ମୀରର ପ୍ରସିଦ୍ଧ ଡାଲ୍‌ ହ୍ରଦ ନିକଟରେ ସୂର୍ଯ୍ୟନମସ୍କାର କରୁଛନ୍ତି। ଏଥିରେ ପ୍ରାୟ ୭୦୦୦ ଲୋକ ଅଂଶଗ୍ରହଣ କରୁଛନ୍ତି। ଭାରତର ପ୍ରଧାନବିଚାର ପତି ଡିୱାଇ ଚନ୍ଦ୍ରଚୂଡ଼ ଓ ସୁପ୍ରିମକୋର୍ଟଙ୍କ ଅନ୍ୟ ବିଚାରପତି ମଧ୍ୟ ଯୋଗ କରୁଛନ୍ତି। ପ୍ରାଚୀନ ଯୁଗରେ କେବଳ ମୁନିଋଷିମାନେ ଆଶ୍ରମରେ ଯୋଗ କରୁଥିଲେ। କିନ୍ତୁ ଅତ୍ୟାଧୁନିକ ଯୁଗରେ ସମସ୍ତେ ଯୋଗ କରୁଛନ୍ତି। ଯୋଗର ପ୍ରସାର ପାଇଁ ସାମୁହିକ ସ୍ତରରେ ଉଦ୍ୟମ ହୋଇଛି। ଜଳ, ସମତଳ, ପାହାଡ଼ରେ ଯୋଗ ହେଉଛି। ସେହିପରି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଦ୍ୟାଳୟ, ମଠ, ମନ୍ଦିର, ଖେଳପଡ଼ିଆ, କ୍ଲବ, ଡାକ୍ତରଖାନା, ସେନା ଶିବିରରେ ମଧ୍ୟ ଯୋଗକୁ ଉତ୍ସାହର ସହିତ କରାଯାଉଛି। ଯୋଗରେ ସମାଜର ବିଭିନ୍ନ ବର୍ଗର ଲୋକେ ଯୋଡ଼ି ହୋଇଯାଇଛନ୍ତି। ସାଧୁ-ସନ୍ଥଙ୍କ ଭଳି ନେତା, ମନ୍ତ୍ରୀ, ମହିଳା, ଶିଶୁ ଆଦି ଯୋଗ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking