32.1 C
Bhubaneswar
Saturday, September 28, 2024
Homeଓଡିଶାନବୀନ ବିରୋଧୀ ଦଳ ନେତା

ନବୀନ ବିରୋଧୀ ଦଳ ନେତା

ଭୁବନେଶ୍ୱର : ସରିଲା ବିଜେଡିର ବିଧାୟକ ଦଳ ବୈଠକ । ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳର ବୈଠକ ଯେଉଁଥିରେ ଏକ ବଡ ନିଷ୍ପତ୍ତି ନିଆଯାଇଛି । ବିଧାୟକ ଦଳ ନେତା ବାଛିଲା ବିଜେଡି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ବିଜେଡି ବିଧାୟକ ଦଳ ନେତା । ତେବେ ବିରୋଧୀ ଦଳ ଉପନେତା ହେଉଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ବିରୋଧୀ ଦଳ ମୁଖ୍ୟ ସଚେତକ ହେଲେ ପ୍ରମିଳା ମଲ୍ଲିକ । ବିରୋଧୀ ଦଳ ଉପ ସଚେତକ ପ୍ରତାବ ଦେବ । ଦଳୀୟ କାର୍ଯ୍ୟଳୟ ଶଙ୍ଖ ଭବନରେ ହୋଇଥିଲା ବୈଠକ । ୫୧ ବିଧାୟକ ଓ ତୁଙ୍ଗ ନେତା ବୈଠକରେ ସାମିଲ ହୋଇଥିଲେ ।  ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ରାଜ୍ୟସ୍ବାର୍ଥ ସମ୍ପର୍କିତ ବହୁ ପ୍ରସଙ୍ଗରେ ଦଳ ଶାଣିତ ସ୍ବର ଉଠାଇବା ସହ ୨୪ ବର୍ଷର ବିଜେଡି ଶାସନରେ ଯେଉଁ ବିକାଶ ହୋଇଛି ତାହାକୁ ନୂଆ ସରକାର କିପରି ଆଗେଇ ନେବେ ତାହା ଉପରେ ଦଳ ଫୋକସ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking