26.1 C
Bhubaneswar
Thursday, September 24, 2026
Homeଓଡିଶାହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ଭଦ୍ରକ: ନାୟକାଣୀଡ଼ିହି ଥାନା ତମ୍ବାଖଣ୍ଡି ଗ୍ରାମରେ ଘଟିଥିଲା ଏକ ହତ୍ୟାକାଣ୍ଡ । ଖାଉଥିବା ବେଳେ ଛୁରୀ ଭୁସି ହତ୍ୟା କରିଥିଲେ ଜଣେ ବ୍ୟକ୍ତି । ତେବେ ଏହି ମାମଲାର ବିଚାର କରି ତାଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା, ଅନାଦେୟ ପୁଣି ୩ ମାସ ସଶ୍ରମ କାରଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ ଆଶିଷ କୁମାର ତ୍ରିପାଠୀ। ସୂଚନା ଅନୁସାରେ, ୨୦୧୭ ମସିହା ମାର୍ଚ୍ଚ ମାସ ୧୯ ତାରିଖରେ ନାୟକାଣୀଡ଼ିହି ଥାନା ତମ୍ବାଖଣ୍ଡି ଗ୍ରାମର ସତ୍ୟସୁନ୍ଦର କୁଅଁର ନିଜ ଘରେ ବସି ପଖାଳ ଖାଉଥିବାବେଳେ ପଡୋଶୀ ବନମାଳୀ କୁଅଁରଙ୍କ ପୁତ୍ର ମହେନ୍ଦ୍ର କୁଅଁର( ୩୩) ସେଠାରେ ପହଞ୍ଚି ବାରମ୍ବାର ଛୁରୀରେ ଆଘାତ ଡରି ତାଙ୍କୁ ହତ୍ୟା କରିଥିଲେ। ସତ୍ୟର ମାମୁଁ ହରେକୃଷ୍ଣ ଦତ୍ତ ସ୍ଥାନୀୟ ନୟାକାଣୀଡ଼ିହି ଥାନାରେ ଏ ସମ୍ପର୍କରେ ଲିଖିତ ଏତେଲା ଦେବା ପରେ ଥାନା କେସ ନଂ -୪୫/୨୦୧୭ ହୋଇ ଥିଲା. ସେହି ଦିନ ଅଭିଯୁକ୍ତ ହରେକୃଷ୍ଣ କୁଅଁରକୁ ପୁଲସ ୩୦୨ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା. ବିଚରାଧୀନ ବନ୍ଦୀ ଭାବରେ ଅଭିଯୁକ୍ତ ଜେଲରେ ଅଟକ ଥିଲା। ୨୦ ଜଣ ସାକ୍ଷୀଙ୍କର ବୟାନ ରେକଡିଂ କରିବା ପରେ ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ ଆଶିଷ କୁମାର ତ୍ରିପାଠୀ ଆଜି ହତ୍ୟାକାରୀ ମହେନ୍ଦ୍ର କୁଅଁର (୩୩)ଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା, ଅନାଦେୟ ପୁଣି ୩ ମାସ ସଶ୍ରମ କାରଦଣ୍ଡ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇ ଛନ୍ତି। ଅଭିଯୋଗକାରୀଙ୍କ ପାଇଁ ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ କୁମାର ସାମଲ, ଅରୁଣ କୁମାର ମିଶ୍ର ଓ ସୂର୍ଯ୍ୟକାନ୍ତ କୁଅଁର ମାମଲା ପରିଚାଳନା କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking