32.1 C
Bhubaneswar
Saturday, September 28, 2024
Homeଓଡିଶାଆଜିଠୁ ଡିପଥେରିଆ ବୁଷ୍ଟର ଡୋଜ୍ ଟିକାକରଣ

ଆଜିଠୁ ଡିପଥେରିଆ ବୁଷ୍ଟର ଡୋଜ୍ ଟିକାକରଣ

ଭୁବନେଶ୍ୱର : ଡିପଥେରିଆ ଆତଙ୍କ ବଢ଼ିବାରେ ଲାଗିଛି । ଜିଲ୍ଲା ପରେ ଜିଲ୍ଲା ଡିପଥେରିଆ କାୟା ବିସ୍ତାର କରିବାରେ ଲାଗିଛି । ରାୟଗଡ଼ାରୁ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ବ୍ୟାପିବା ଲାଗିଛି । ଯାହା ଚିନ୍ତାର କାରଣ ମଧ୍ୟ ସାଜିଛି । ଏ ପର୍ଯ୍ୟନ୍ତ ଡିପଥେରିଆରେ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ ଜଣଙ୍କର ଜୀବନ ଯାଇଛି । ଏହି ରୋଗ ବାୟୁ ଦ୍ୱାରା ବ୍ୟାପୁଥିବାରୁ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ କୁହାଯାଇଛି । ତେବେ ଆଜିଠୁ ବୁଷ୍ଟର ଡୋଜ୍ ଟିକାକରଣ ଦିଆଯିବ । ଏହି ବୁଷ୍ଟର ଡୋଜ୍ ଟିକାକରଣ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକରୁ ଆରମ୍ଭ ହେବ । ଏକ ବର୍ଷରୁ କମ୍ ବୟସର ସମସ୍ତ ଶିଶୁଙ୍କୁ ପେଣ୍ଟା ଡୋଜ୍ ଦିଆଯିବା ସହିତ ଏକ ବର୍ଷରୁ ୭ ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ଡିପିଟି ଓ ୭ ବର୍ଷରୁ ଅଧିକ ବୟସ୍କଙ୍କୁ ଟିଡି ଟିକା ଦିଆଯିବ । ରାୟଗଡ଼ା,କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ଡିପଥେରିଆ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ସ୍ବାସ୍ଥ୍ୟ ବିଭାଗ, ଡବ୍ଲୁଏଚ୍ଓ ଟିମ୍ ଏହି ୩ଟି ଜିଲ୍ଲାର ସବୁ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହିତ ଟିକାକରଣ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking