32.1 C
Bhubaneswar
Saturday, September 28, 2024
Homeଓଡିଶାନିଅଣ୍ଟିଆ ବର୍ଷା ପାଇଁ କୃଷିକ୍ଷେତ୍ର ପ୍ରଭାବିତ

ନିଅଣ୍ଟିଆ ବର୍ଷା ପାଇଁ କୃଷିକ୍ଷେତ୍ର ପ୍ରଭାବିତ

ଭୁବନେଶ୍ୱର : ଚଳିତବର୍ଷ ମୌସୁମୀ ବର୍ଷା ଅନୁକୂଳ ହୋଇପାରୁ ନାହିଁ । ଅସହ୍ୟ ତାତିରୁ ରକ୍ଷା ପାଇବା ପାଇଁ ସମସ୍ତେ ମୌସୁମୀ ବାୟୁକୁ ଅପେକ୍ଷା କରିଛନ୍ତି । କିନ୍ତୁ ମୌସୁମୀ ବର୍ଷାର ଦେଖା ନାହିଁ । ବର୍ଷାଜଳ ‌ଉପରେ ଚାଷୀକୂଳ ନିର୍ଭର କିନ୍ତୁ ବର୍ଷା ହେଉନଥିବାରୁ ଏହା ସମସ୍ତଙ୍କ ଚିନ୍ତାର ବିଷୟ ପାଲଟିଛି । ଚଳିତ ଜୁନ୍‌ ୧ରୁ ଦେଶର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି କିନ୍ତୁ ଆବଶ୍ୟକତା ଠାରୁ ବହୁ କମ୍‌ । ଉତ୍ତରପଶ୍ଚିମ ରାଜ୍ୟରେ ଗ୍ରୀଷ୍ମଲହରୀ ପାଇଁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ଧାନ, ତୁଳା, ସୋୟାବିନ, ଆଖୁ ଭଳି ଫସଲ ବର୍ଷାଜଳ ଉପରେ ନିର୍ଭର କରେ । କିନ୍ତୁ ଦେଶରେ ନିଅଣ୍ଟିଆ ବର୍ଷା ପାଇଁ ଚାଷୀମାନେ ଚିନ୍ତାରେ । ଯଦି ମୌସୁମୀ ବର୍ଷା ସଠିକ ପରିମାଣରେ ନ ହେବ ତେବେ ଚାଷ ଉପରେ ଏହା ବ୍ୟାପକ ପ୍ରଭାବ ପକାଇବ । ଯାହା ଫଳରେ ଖାଦ୍ୟଶସ୍ୟ ଉତ୍ପାଦନ ହ୍ରାସ ମଧ୍ୟ ପାଇବ । ମୌସୁମୀ ବର୍ଷା ପାଇଁ ରାଜ୍ୟ ଠାରୁ ଆରମ୍ଭ କରି ଦେଶ ପର୍ଯ୍ୟନ୍ତ କୃଷି କାର୍ଯ୍ୟ ପ୍ରଭାବିତ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking