32.1 C
Bhubaneswar
Saturday, September 28, 2024
Homeଓଡିଶାମାଙ୍କଡ଼ କାମୁଡ଼ାରେ ୧୦ରୁ ଅଧିକ ଆହତ

ମାଙ୍କଡ଼ କାମୁଡ଼ାରେ ୧୦ରୁ ଅଧିକ ଆହତ

ଭଦ୍ରକ : ଭଦ୍ରକ ଜିଲ୍ଲା ଖଡିପଦା ପଞ୍ଚାୟତର ଦକ୍ଷିଣକୁରୁଆ ଗାଁରେ ମାଙ୍କଡ଼ମାନେ ଆତଙ୍କ ସୃଷ୍ଟି କରିଛନ୍ତି । ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛନ୍ତି । ଏଥିରେ ଭୟଭୀତ ହୋଇ ପଡ଼ିଥିବା ଲୋକେ ଘର ତାଟି କବାଟ ବି ଖୋଲୁ ନାହାନ୍ତି। ଏହି ଗାଁରେ ମାଙ୍କଡ଼ କାମୁଡ଼ାରେ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏହି ଘଟଣା ଯୋଗୁ ସମଗ୍ର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣ ମହିଳା ଯାଜପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ଅନ୍ୟ ୨ ମହିଳାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମାଙ୍କଡ଼ ଆକ୍ରମଣ ପାଇଁ ଗାଁର ମହିଳାମାନଙ୍କ ଠାରୁ ଆରମ୍ଭ କରି ପିଲାମାନେ ଘରୁ ବାହାରି ପାରୁ ନାହାନ୍ତି । ମାଙ୍କଡ଼ ଉତ୍ପାତ ଯୋଗୁ ଲୋକେ ସକାଳୁ ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଛି। ଫଳରେ ଗ୍ରାମବାସୀମାନେ ଠେଙ୍ଗା,ବାଡି ଧରି ମାଙ୍କଡ ଘୋଡାଇବା ପାଇଁ ଉଦ୍ୟମ କରୁଛନ୍ତି। ଏନେଇ ସ୍ଥାନୀୟ ବାସିନ୍ଦା ବନବିଭାଗକୁ ଖବର ଦେବାପରେ ଘଟଣା ସ୍ଥଳରେ ପହଞ୍ଚି ମାଙ୍କଡକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ବନ ବିଭାଗ। ଜନ୍ତା ଧରି ସେମାନେ ମାଙ୍କଡ଼ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ମାଙ୍କଡ କିନ୍ତୁ ସେମାନଙ୍କୁ ଧରା ଦେଇ ନ ଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking