ଛତିଶଗଡ : ଛତିଶଗଡରେ ଏନକାଉଣ୍ଟର, ୮ ମାଓବାଦୀ ନିପାତ । ବିଜାପୁର ଜିଲ୍ଲାର ଆବୁଝମା ଜଙ୍ଗଲରେ ଏହି ଏନକାଉଣ୍ଟର । ଆବୁଝମା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଗୁଳି ବିନିମୟରେ ୮ ମାଓବାଦୀ ନିପାତ ହୋଇଛନ୍ତି । ତେବେ ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଯବାନ ଆହତ ହୋଇଥିବା ସୂଚନା ମଧ୍ୟ ମିଳିଛି ।