କୋରାପୁଟ: କୋରାପୁଟ ଜ଼ିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ସୁଵାଈ ଗ୍ରାମରେ ଝାଡ଼ାବାନ୍ତିରେ ପ୍ରାୟ ୪୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଦୂଷିତ ପାଣି ଯୋଗୁଁ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଉକ୍ତ ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ଟିମ ଗ୍ରାମବାସୀମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ପହଞ୍ଚିଥିଲେ । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନେ ଏବେ ସୁସ୍ଥ ଥିବା ଜଣାଯାଇଛି। କେଉଁ କାରଣରୁ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଲା ସେ ନେଇ ତଦନ୍ତ କରାଯାଉଛି ବୋଲି ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଧାଂଶୁ କୁମାର ଗିରି ସୂଚନା ଦେଇଛନ୍ତି।