ଖଇରା : ଏକ କଲରାପତରିଆ ବାଘକୁ ବନ ବିଭାଗ କାବୁ କରିଛି । ବାଲେଶ୍ୱର ଖଇରା ବ୍ଳକ ଗଡ଼ ଗାଁରୁ ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ବନ ବିଭାଗ ତରଫରୁ କାବୁ କରାଯାଇଛି । ବାଘଟି ଗାଁରେ ବୁଲିବା ସହ ଲୋକଙ୍କୁ ଆକ୍ରମଣ କରିଥିଲା । ୬ ଜଣ ବାଘ ଆକ୍ରମଣରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବନ ବିଭାଗ ଓ ଟ୍ରାଙ୍କୁଲାଇଜର ଟିମ୍ ପକ୍ଷରୁ ବାଘକୁ ଧରିବା ପାଇଁ ଜାଲ ବିଛା ଯାଇଥିଲା। ଶେଷରେ ବାଘକୁ ଧରିବାରେ ବନ ବିଭାଗ କର୍ମଚାରୀ ସଫଳ ହୋଇଛନ୍ତି।