25.1 C
Bhubaneswar
Friday, December 27, 2024
Homeଅପରାଧବିଚ୍‌ ରାସ୍ତାରେ ଯୁବତୀଙ୍କୁ ଫାୟାରିଂ

ବିଚ୍‌ ରାସ୍ତାରେ ଯୁବତୀଙ୍କୁ ଫାୟାରିଂ

ଉତ୍ତରପ୍ରଦେଶ : ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରିବରୁ ବିଚ୍‌ ରାସ୍ତାରେ ଯୁବତୀଙ୍କୁ ଅଟକାଇ ପ୍ରେମିକ କଲେ ଫାୟାରିଂ। ଏପରି ଏକ ସାଂଘାତିକ ଘଟଣା ଉତ୍ତରପ୍ରଦେଶର ଝାନସୀରେ ଘଟିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ପୁଲିସ୍‌ ତାଙ୍କୁ ଖୋଜିବା ଜାରି ରଖିଛି ।

ସୂଚନାନୁସାରେ, ପୀଡ଼ିତା ଯୁବତୀ ଜଣକ ଝାନସୀ ମହିଳା ଡିଗ୍ରୀ କଲେଜରେ ଯୁକ୍ତ-୩ ଦ୍ୱିତୀୟ ବର୍ଷରେ ପଢୁଥିଲେ । ଗତକାଲି ସେ ପରୀକ୍ଷା ଦେଇ ଘରକୁ ଫେରୁଥିଲେ। ଉକ୍ତ ସମୟରେ ରୋହିତ ତାଙ୍କୁ ଅଟକାଇ ତାଙ୍କ ସହ କଥା ହେବା ପାଇଁ ବାଧ୍ୟ କରିଥିଲେ। ମାତ୍ର ଯୁବତୀଜଣକ ଏଥିରେ ରାଜି ହୋଇ ନ ଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ତାଙ୍କ ପ୍ରେମିକ ରୋହିତ ନିଜ ସହ ଆଣିଥିବା ବନ୍ଧୁକକୁ ବାହାର କରି ଯୁବତୀଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଏଥିରେ ଯୁବତୀଜଣକ ଭୟଭୀତ ନ ହୋଇ ପିସ୍ତଲ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ରୋହିତ ଯୁବତୀଙ୍କ ଉପରକୁ ବନ୍ଧୁକ ଚାଳନା କରିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଅସ୍ତ୍ରୋପଚାର ପରେ ସେ ସୁରକ୍ଷିତ ଥିବା ଜଣାଯାଇଛି। ଏହି ସମୟରେ ରୋହିତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।

ଯୁବତୀଙ୍କ ମା’ କହିବା ଅନୁସାରେ, ରୋହିତ କିଛି ମାସ ହେଲା ତାଙ୍କ ଝିଅକୁ ହଇରାଣ କରୁଛି। ଏଥିରେ ଝିଅ ଭୟଭୀତ ହୋଇ ଯାଇଥିବା ବେଳେ ଏନେଇ ସେ ତାଙ୍କ ପରିବାର ଲୋକଙ୍କୁ ଅବଗତ କରିଥିଲେ । ରୋହିତ ଆଉ ଆମ ଝିଅକୁ ହଇରାଣ କରିବନି ବୋଲି ତାଙ୍କ ପରିବାର ଲୋକେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ମାତ୍ର ଏହାସତ୍ତ୍ୱେ ସେ ପୁଣି ଥରେ ବାଟରେ ଝିଅକୁ ହଇରାଣ କରିବା ସହ ତା’ ଉପରେ ଗୁଳି ଚାଳନା କରିଥିବା ସେ କହିଛନ୍ତି। ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ରୋହିତଙ୍କୁ ଖୋଜିବା ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯାଇ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଝାନସୀ ଏସ୍‌ପି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking