19.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶଦେଶକୁ ଫେରିଲା ୧ ଲକ୍ଷ କିଲୋ ସୁନା

ଦେଶକୁ ଫେରିଲା ୧ ଲକ୍ଷ କିଲୋ ସୁନା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆର୍‌ବିଆଇ ବିଦେଶରେ ବନ୍ଧକ ରଖିଥିବା ଶହେ ଟନ୍ ସୁନାକୁ ଏବେ ନିଜ ଦେଶକୁ ଫେରାଇ ଆଣିଛି।  ବ୍ରିଟେନରୁ ୧୦୦ ଟନ୍‌ ବା ୧ ଲକ୍ଷ କିଲୋଗ୍ରାମ୍‌ ସୁନା ଭାରତ ଫେରିଆସିଛି। ଆଗାମୀ ଦିନରେ ବିଦେଶରେ ବନ୍ଧକ ପଡିଥିବା ଆହୁରି ସୁନାକୁ ମଧ୍ୟ ଦେଶକୁ ଫେରାଇ ଅଣାଯିବାକୁ ଯୋଜନା କରାଯାଉଛି । ତେବେ ୧୯୯୧ ମସିହାରେ ବନ୍ଧକ ରଖାଯାଇଥିବା ଏହି ସୁନାକୁ ଏବେ ଆରବିଆଇର ଷ୍ଟକରେ ସାମିଲ କରାଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଅଧାରୁ ଅଧିକ ସୁନା ବ୍ୟାଙ୍କ୍ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ୍ ଅଫ୍ ଇଣ୍ଟରନ୍ୟାସନାଲ ସେଟଲମେଣ୍ଟସ୍ ପାଖରେ ରହିଛି। ଆରବିଆଇ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ମୁତାବକ, ୨୦୨୪ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ପାଖରେ ବିଦେଶୀ ମୁଦ୍ରା ଭଣ୍ଡାରର ଅଂଶ ଭାବରେ ୮୨୨.୧୦ ଟନ୍ ସୁନା ରହିଛି । ଯାହାକି ଗତବର୍ଷ ଏହି ସମୟରେ ୭୯୪.୬୩ ଟନ୍ ଥିଲା। ୧୯୯୧ ମସିହାରେ ଚନ୍ଦ୍ରଶେଖର ସରକାରଙ୍କ ସମୟରେ ଆର୍ଥିକ ସନ୍ତୁଳନ ରକ୍ଷା କରିବାକୁ ରିଜର୍ଭ ବ୍ୟାଙ୍କର ସୁନାକୁ ବନ୍ଧକ ରଖାଯାଇଥିଲା । ୧୯୯୧ ମସିହା ଜୁଲାଇ ୧ରୁ ୧୮ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୪୬.୯୧ ଟନ୍ ସୁନା ବନ୍ଧକ ରଖି ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ୍ ଅଫ୍ ଜାପାନ ପାଖରୁ ୪ ଶହ ମିଲିୟନ୍ ଟଙ୍କା ଯୋଗାଡ କରିପାରିଥିଲା । ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସୁନାକୁ ମୁମ୍ବାଇ ମିଣ୍ଟ ରୋଡ୍ ସ୍ଥିତ ଆରବିଆଇ ଭବନ ତଥା ନାଗପୁରରେ ଥିବା ନିଜ ଟ୍ରେଜେରିରେ ରଖିଥାଏ । ୱାଲ୍ଡ ଗୋଲ୍ଡ କାଉନ୍ସିଲର ରିପୋର୍ଟ ମୁତାବକ, ବିଶ୍ୱ କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ବର୍ତ୍ତମାନ ଖନନ କରାଯାଇଥିବା ସୁନାର ପ୍ରାୟ ୧୭ ପ୍ରତିଶତ ସୁନା ମହଜୁଦ୍ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking