କର୍ଣ୍ଣାଟକ : ଗୁରୁବାର ଦିନ ମାଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ୨୩ବର୍ଷ ବୟସ୍କା ମହିଳାଙ୍କୁ “ଲକ୍ଷ୍ୟହୀନ ଭାବେ ବୁଲୁଥିବା” ଦେଖିବାକୁ ମିଳିଛି। ବିମାନବନ୍ଦର ସୁରକ୍ଷା କର୍ମୀଙ୍କ ଦ୍ୱାରା ତାଙ୍କୁ ସୁରକ୍ଷିତ ଭାବେ ପୋଲିସକୁ ହସ୍ତାନ୍ତର କରାଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି। ବାଜପେ ପୋଲିସର ସୂଚନାନୁସାରେ ସେ ସକାଳେ ବେଙ୍ଗାଲୁରୁରୁ ମାଙ୍ଗାଲୁରୁ ବିମାନ ବନ୍ଦରକୁ ଆସିଥିଲେ। ତାଙ୍କ ଘର ଡାଭାନାଗେର୍ । ତାଙ୍କ ସମ୍ପର୍କୀୟମାନେ ଚାରି ଦିନ ପୂର୍ବରୁ ଡାଭେଙ୍ଗେରେ ସେହି ନିଖୋଜ ବ୍ୟକ୍ତିଙ୍କ ରିପୋର୍ଟ ଦାଖଲ କରିଥିଲେ। ପୋଲିସ ତାଙ୍କୁ ୱେନଲକ୍ ଡାକ୍ତରଖାନାକୁ ପଠାଇଛି। ତାଙ୍କ ସମ୍ପର୍କୀୟଙ୍କୁ ତାଙ୍କ ସୁରକ୍ଷା ସମ୍ପର୍କରେ ସୂଚନା ଦିଆଯାଇଛି ଏବଂ ସେମାନେ ଦିନ ପରେ ପହଞ୍ଚିବେ ବୋଲି ପୋଲିସ କହିଛି। ମହିଳା ଜଣକ ଡିପ୍ରେସନର ଶିକାର ହୋଇଥିବା ସନ୍ଦେହ କରାଯାଉଛି। ତେବେ ତାଙ୍କ ଅବସ୍ଥା ସମ୍ପର୍କରେ ଡାକ୍ତରଙ୍କ ପାଖରୁ ଏପର୍ଯ୍ୟନ୍ତ କୌଣସି ଯାଞ୍ଚ ସମ୍ପର୍କୀୟ ଖବରର ସୂଚନା ମିଳିନାହିଁ ବୋଲି ପୋଲିସ କହିଛି। ଏମିତି ବିମାନ ବନ୍ଦରରେ ବୁଲୁଥିବା ମହିଳାଙ୍କ ଏହା ହେଉଛି ଦ୍ୱିତୀୟ ଘଟଣା, ତେବେ ସୁରକ୍ଷା କର୍ମୀଙ୍କ ଦ୍ୱାରା ସୁରକ୍ଷିତ ହୋଇ ପୋଲିସକୁ ହସ୍ତାନ୍ତର କରାଯାଇଛି। ସେହିପରି ମାଙ୍ଗାଲୁରୁ ସହରର କାଦ୍ରିର ଜଣେ ମହିଳା ମେ ୧୪ ରେ ବିମାନବନ୍ଦରରେ ବୁଲୁଥିଲେ ଏବଂ ପରେ ତାଙ୍କୁ ତାଙ୍କ ପରିବାରକୁ ପଠାଯାଇଥିଲା।