ଭୁବନେଶ୍ୱର, : ତୃତୀୟ ପର୍ଯ୍ୟାୟ ମତଦାନ ପରେ ରାଜ୍ୟରେ ବିଜେଡି ସରକାର ହେଉଥିବାବେଳେ ଓଡିଶା ବିଜେପି ବଡ଼ ଧରଣର ପରାଜୟ ଆଡ଼କୁ ଗତି କରୁଥିବା କହିଛନ୍ତି ବିଜେଡି ସାଂସଦ
ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର ।
ଡକ୍ଟର ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହେବାକୁ ଯାଉଛି ।
ତୃତୀୟ ପର୍ଯ୍ୟାୟ ଶେଷରେ ଆମେ ଆପଣମାନଙ୍କ ଆଗରେ ବିନମ୍ରତାର ସହ କହିବାକୁ ଚାହୁଁଛୁ ଯେ ଓଡ଼ିଶାବାସୀଙ୍କ
ଆଶୀର୍ବାଦରେ ବିଜୁ ଜନତା ଦଳ ଓଡ଼ିଶାରେ ସରକାର ଗଠନ କରୁଛି ।
ସମ୍ୱଲପୁର, ପୁରୀ, ଭୁବନେଶ୍ୱର, କଟକ, କେନ୍ଦୁଝର ଓ ଢେଙ୍କାନାଳ ଆଦି ୬ଟି ଲୋକସଭା ନିର୍ବାଚନ
ମଣ୍ଡଳୀର ଭୋଟର ଭାଇ ଭଉଣୀମାନଙ୍କୁ ଆଶୀର୍ବାଦ ଓ ବିଜେଡିକୁ ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ଜଣାଇବା
ସହ ପ୍ରଥମ ଦୁଇ ପର୍ଯ୍ୟାୟର ସମସ୍ତ ଭୋଟର ଭାଇ ଭଉଣୀଙ୍କୁ ସେମାନଙ୍କ ସମର୍ଥନ ଓ ଆଶୀର୍ବାଦ ପାଇଁ ମଧ୍ୟ
ଧନ୍ୟବାଦ ଜଣାଉଛୁ ।
ତୃତୀୟ ପର୍ଯ୍ୟାୟ ପରେ ବିଜେଡି ସରକାର ଗଢ଼ିବା ନିଶ୍ଚିତ ହୋଇଥିବାବେଳେ ଓଡ଼ିଶା ବିଜେପି ବଡ଼
ଧରଣର ପରାଜୟ ଆଡ଼କୁ ଗତି କରୁଛି ବୋଲି ଡ. ପାତ୍ର କହିଛନ୍ତି