34.1 C
Bhubaneswar
Friday, October 18, 2024
Homeଓଡିଶାମୋଦିଙ୍କୁ ପାଣ୍ଡିଆନ ଙ୍କ ପ୍ରଶ୍ନ : କୋଷ୍ଟାଲ ହାଇଓ୍ୱେ କୁଆଡେ ଗଲା

ମୋଦିଙ୍କୁ ପାଣ୍ଡିଆନ ଙ୍କ ପ୍ରଶ୍ନ : କୋଷ୍ଟାଲ ହାଇଓ୍ୱେ କୁଆଡେ ଗଲା

କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ମାହାଙ୍ଗାରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

MSP ବୃଦ୍ଧି କେନ୍ଦ୍ର ସରକାରଙ୍କ ଅଧିକାର ପରିସରଭୁକ୍ତ, ପ୍ରଧାନମନ୍ତ୍ରୀ ଚାହିଁଥିଲେ ଗୋଟେ ମିନିଟ୍‌ରେ କରିପାରିଥାନ୍ତେ,

ମୁଖ୍ୟମନ୍ତ୍ରୀଙ୍କର ସ୍ୱଚ୍ଛତାର ପରିଚୟ- କୋଇଲା ରାଜସ୍ୱ ୧୦ ଗୁଣ ବୃଦ୍ଧି, ୫ ହଜାରରୁ ୫୦ ହଜାର କୋଟି ଟଙ୍କା

ପ୍ରଧାନମନ୍ତ୍ରୀ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେଲେ ଓଡିଶାବାସୀ ଖୁସି ହେବେ

• ମାନ୍ୟବର ପ୍ରଧାନମନ୍ତ୍ରୀ ଆଜି ଓଡିଶାରେ ୩/4 ଟି ପ୍ରଶ୍ନ ରଖିଛନ୍ତି, ବିନମ୍ରତାର ସହିତ ମୁଁ ତା’ର ଉତ୍ତର ରଖୁଛି
• ପ୍ରଥମେ ବିକାଶର speed ବିଷୟରେ ପଚାରିଛନ୍ତି
• କଟକ-ସମ୍ବଲପୁର ରାସ୍ତା ମରାମତି କାମ ୮ ବର୍ଷ ହେଲା ଚାଲୁଛି, ଏଇଟା କଣ ଆପଣଙ୍କ speed କାମ, Coastal High Way ପାଇଁ ୧୦ ବର୍ଷ ହେଲା ଇଟା ଖଣ୍ଡେ ବି ପଡି ନାହିଁ, ଭୁବନେଶ୍ୱର ରିଙ୍ଗ ରୋଡ କେନ୍ଦ୍ରର କାମ, ଏଥି ପାଇଁ ମଧ୍ୟ ଇଟା ଖଣ୍ଡେ ବି ପଡି ନାହିଁ
• ଆମ ମୁଖ୍ୟମନ୍ତ୍ରୀ ୩ ବର୍ଷରେ ୩୦୦ କିଲୋମିଟର ର ନୂଆ ବିଜୁ ଏକ୍ସପ୍ରେସ ୱେ କରିଛନ୍ତି, ଏବେ ଆପଣ କୁହନ୍ତୁ କେଉଁଟା speed କାମ
• ଦ୍ୱିତୀୟରେ ସ୍ୱଚ୍ଛତା ନେଇ ପ୍ରଶ୍ନ କରିଥିଲେ
• ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଲାଗି ଲୋକସଭାରେ ମାନ୍ୟବର ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି
• ଆଗରୁ ଓଡିଶାରେ Mining Revenueରୁ ୫ ହଜାର କୋଟି ଟଙ୍କା ମିଳୁ ଥିଲା, ଏବେ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଯୋଗୁ ଏହା ୫୦ ହଜାର କୋଟି ଟଙ୍କା ହୋଇଛି, ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଯୋଗୁ Mining Revenue ୧୦ ଗୁଣା ବଢିଛି
• ତୃତୀୟ ପ୍ରଶ୍ନ ଥିଲା ୨୩୦୦ରୁ ୩୧୦୦ ଟଙ୍କା ଚାଷୀର MSP
• ୧୦ ବର୍ଷ ହେଲା ଚାଷୀ କାନ୍ଦୁଛନ୍ତି, ଏଥିପାଇଁ ଆନ୍ଦୋଳନ ହେଲା, ବହୁ ଚାଷୀଭାଇମାନଙ୍କର ମୃତ୍ୟୁ ଘଟିଲା, ଆଜି ନିର୍ବାଚନ ୧୦ ଦିନ ଅଛି MSP ବୃଦ୍ଧି କଥା କହୁଛନ୍ତି, ଚାହିଁଥିଲେ ୧୦ ବର୍ଷ ମଧ୍ୟରେ ବଢେଇ ପାରିଥାନ୍ତେ
• ବିଜେପି ଯେତେ ଚେଷ୍ଟା କଲେ ବି ଓଡିଶାରେ ନବୀନ ବାବୁଙ୍କ ଇଂଜିନ ଚାଲିବ ହିଁ ଚାଲିବ
• ନବୀନ ପଟ୍ଟନାୟକଙ୍କ ଶପଥ ଉତ୍ସବରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଓଡିଶାବାସୀ ୩ଟି ଉପହାର ଦାବୀ କରିବେ,
• ୧ରେ ଧାନର MSP ୩୧୦୦ ଟଙ୍କା,
• ୨ରେ କୋଇଲା ରୟାଲଟି ବୃଦ୍ଧି, କେନ୍ଦ୍ର କୋଇଲାରୁ ପ୍ରତିବର୍ଷ ଓଡିଶାରୁ ୨୭ ହଜାର କୋଟି ନେଉଛି, ଦେଉଛି ମାତ୍ର ୪ ହଜାର କୋଟି, ନେଲାବେଳେ ଚର୍ତୁଭୁଜ, ଦେଲା ବେଳେ ଖାଲି ହାତ
• ୩ରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା
• BSKY, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‌, 5T ସ୍କୁଲ, ମଧୁବାବୁ ପେନସନ ପରି ସମସ୍ତ ଜନକଲ୍ୟାଣକାରୀ ଯୋଜନା କିଏ କରିଛି? ସବୁର ଉତ୍ତର କେବଳ ନବୀନ ପଟ୍ଟନାୟକ
• ଜୁନ୍‌ ୯ରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ପ୍ରଥମ ଦସ୍ତଖତରେ ଓଡିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍ ଛାଡ କରିବେ, ଦ୍ୱିତୀୟ ଦସ୍ତଖତରେ BSKY କାର୍ଡରେ ସମସ୍ତେ ସାମିଲ ହେବେ, ତୃତୀୟ ଦସ୍ତଖତ ହେବ ମିଶନ ଶକ୍ତି ମା ମାନଙ୍କୁ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନସନ ବ୍ୟବସ୍ଥା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking