28.1 C
Bhubaneswar
Monday, November 18, 2024
Homeଦେଶ ବିଦେଶବିଭବଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ

ବିଭବଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ

ନୂଆଦିଲ୍ଲୀ: ସ୍ୱାତୀ ମାଲିୱାଲଙ୍କ ଉପରେ ଆକ୍ରମଣ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିଭବ କୁମାରଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଦିଲ୍ଲୀର ଏକ ଅଦାଲତ ଅନୁମତି ଦେଇଛନ୍ତି। ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଗୌରବ ଗୋଏଲ ଦିଲ୍ଲୀ ପୁଲିସର ଆବେଦନର ଶୁଣାଣି କରୁଥିଲେ ଯେଉଁଥିରେ ଅତିରିକ୍ତ ସରକାରୀ ଓକିଲ ଅତୁଲ ଶ୍ରୀବାସ୍ତବ ପ୍ରତିନିଧିତ୍ୱ କରିଥିଲେ। ପୁଲିସ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ତେବେ ଅଦାଲତ ବିଭବ କୁମାରଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଦିଲ୍ଲୀ ପୁଲିସକୁ ଅନୁମତି ଦେଇଛନ୍ତି। ତଦନୁଯାୟୀ ତଦନ୍ତକାରୀ ଅଧିକାରୀଙ୍କ ଆବେଦନକୁ ଆଂଶିକ ଭାବେ ଗ୍ରହଣ କରାଯାଇ ଅଭିଯୁକ୍ତଙ୍କୁ ୫ ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି ବୋଲି କୋର୍ଟ ରବିବାର ଅପରାହ୍ନରେ ଦେଇଥିବା ରାୟରେ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking