18.1 C
Bhubaneswar
Friday, December 27, 2024
Homeଦେଶ ବିଦେଶକେଜ୍ରିୱାଲଙ୍କ ବିରୋଧରେ ଇଡି ଆବେଦନ ଖାରଜ

କେଜ୍ରିୱାଲଙ୍କ ବିରୋଧରେ ଇଡି ଆବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାମିନ ସର୍ତ୍ତାବଳୀ ଉଲ୍ଲଂଘନ କରିଥିବା ଦର୍ଶାଇ ତାଙ୍କ ଅନ୍ତରୀଣ ଜାମିନକୁ ବାତିଲ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଆଜି ଖାରଜ କରିଦେଇଛନ୍ତି। ‘ଯଦି ଆପଣ ଆପ୍‌କୁ ଭୋଟ୍ ଦିଅନ୍ତି ତେବେ ମୋତେ ଆଉ ଜେଲ ଯିବାକୁ ପଡ଼ିବ ନାହିଁ’ ବୋଲି କେଜ୍ରିୱାଲ ନିର୍ବାଚନ ରାଲିଗୁଡ଼ିକରେ କହୁଥିବାରୁ ଏହା ବିରୋଧରେ ଇଡି କୋର୍ଟର ଦ୍ବାରସ୍ଥ ହୋଇଥିଲା। କେଜ୍ରିଵାଲଙ୍କ ଏହି ମନ୍ତବ୍ୟ ତାଙ୍କ ବ୍ୟକ୍ତିଗତ ମତ, ଏହା ତାଙ୍କର ଧାରଣା ଏବଂ ଏହା ଜାମିନ ସର୍ତ୍ତର ଉଲ୍ଲଂଘନ ନୁହେଁ ବୋଲି କୋର୍ଟ ଫେଡେରାଲ ଏଜେନ୍ସିକୁ କହିଛନ୍ତି। ‘ଆମେ କିଛି କହିପାରିବୁ ନାହିଁ। ଆମର ଆଦେଶ ସ୍ପଷ୍ଟ।

ଏହା ହେଉଛି ଏହି ଅଦାଲତର ନିଷ୍ପତ୍ତି ଏବଂ ଆମେ ଆଇନର ଶାସନ ଦ୍ୱାରା ପରିଚାଳିତ ହେବୁ’ ବୋଲି ଅଦାଲତ କହିଥିଲେ। ନିର୍ବାଚନ ସମୟରେ ଗିରଫ ହୋଇଥିବା ରାଜନେତାଙ୍କୁ ନିର୍ବାଚନ ପ୍ରଚାର ପାଇଁ ଜାମିନ ମିଳିବାର ସମ୍ଭାବ୍ୟ ପ୍ରାଥମିକତା ବିଷୟରେ ଇଡିର ଯୁକ୍ତି ଶୁଣି ଅଦାଲତ କହିଛନ୍ତି ଯେ, କୋର୍ଟ କୌଣସି ବ୍ୟତିକ୍ରମ କରିନାହାନ୍ତି। ଜାମିନ ରଦ୍ଦ କରି କେଜ୍ରିଵାଲଙ୍କୁ ଜେଲ୍ ଯିବାକୁ ନିର୍ଦ୍ଦେଶ ଦେବାକୁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଗତ ସପ୍ତାହରେ ସର୍ବୋଚ୍ଚ ନ୍ୟାୟାଳୟ ଆପ୍ ମୁଖ୍ୟ ଜଣେ ଅଭ୍ୟାସଗତ ଅପରାଧୀ ନୁହନ୍ତି ଏବଂ ତାଙ୍କୁ ତାଙ୍କ ଦଳ ପାଇଁ ପ୍ରଚାର କରିବାକୁ ଅନୁମତି ଦିଆଯାଇପାରେ ବୋଲି କହିବା ପରେ କେଜ୍ରିୱାଲଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking