ନୋଏଡା : ଯୁବକଙ୍କୁ ପିଟିପିଟି ନିର୍ମମ ହତ୍ୟା । ରାଜଧାନୀ ନୂଆଦିଲ୍ଲୀ ଉପକଣ୍ଠ ନୋଏଡାର ଇକୋଟେକ୍ ତିନି କୋତୱାଲି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସିଏନ୍ଜିର ଲାଇନ୍ରେ ରହିବାକୁ ନେଇ ଯୁବକଙ୍କ ଦୁର୍ବୃତ୍ତମାନଙ୍କ ସହିତ କଥା କଟାକଟିରୁ ଆରମ୍ଭ ହୋଇଥିଲା ବିବାଦ । ପରେ ଏହା ଉଗ୍ର ରୂପ ନେଇଥିଲା ।ହାତଯୋଡ଼ି ନେହୁରା ହୋଇଥିଲେ ବି ଦୁର୍ବୃତ୍ତମାନେ କିଛି ଶୁଣି ନଥିଲେ । ସୂଚନା ଅନୁଯାଇ, ଅମନ କସାନା ହେଉଛନ୍ତି ମୃତ ଯୁବକ । ଅମନ କସାନା ପରିବାରର ଏକମାତ୍ର ପୁଅ ଥିଲେ । ତାଙ୍କର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଅମନ କସାନା ଗାଜିଆବାଦର ରିସ୍ତଲ ନିବାସୀ ଥିଲେ । ସେ ଗ୍ରେଟର ନୋଏଡାର ଖେଡି ଭନୌତା ଗାଁକୁ ନିଜର ସଂପର୍କୀୟଙ୍କ ଘରକୁ ଆସିଥିଲେ ।