27.1 C
Bhubaneswar
Friday, November 22, 2024
Homeଓଡିଶାପୁଲିସର ନିଷ୍କ୍ରିୟତା ଅଭିଯୋଗ:ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋମାଲିକା

ପୁଲିସର ନିଷ୍କ୍ରିୟତା ଅଭିଯୋଗ:ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋମାଲିକା

କଟକ: ଜଗତସିଂହପୁର ଥାନାରେ ବିଧାୟକ ବିଜୟଶଙ୍କର ଦାସଙ୍କ ବିରୋଧରେ ହୋଇଥିବା ମାମଲାରେ ପୁଲିସ ଠିକ ଭାବରେ ତଦନ୍ତ କରୁ ନ ଥିବା ଦର୍ଶାଇ ତାଙ୍କର ବାନ୍ଧବୀ ସୋମାଲିକା ହାଇକୋର୍ଟ ଯାଇଛନ୍ତି । ଏହି ମାମଲାରେ ବିଧାୟକ ବିଜୟ ଶଙ୍କର ଓ ଜଗତସିଂହପୁର ଏସପିଙ୍କ ସମେତ ୫ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ସୂଚନାଯୋଗ୍ୟ, ବିଧାୟକ ବିଜୟଶଙ୍କର ତାଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଦାସଙ୍କୁ ବିବାହ କରିବା ପାଇଁ ୨୦୨୨ ମେ’ ୧୭ରେ ଜଗତସିଂହପୁର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଏହାପରେ ଜୁନ ୧୭ରେ ଉଭୟ ଉପସ୍ଥିତ ରହି ବିବାହ କରିଥାନ୍ତେ ।

ହେଲେ ସୋମାଲିକା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପହଞ୍ôଚଥିଲେ ବି ବିଜୟଶଙ୍କର ଉପସ୍ଥିତ ହୋଇ ନ ଥିଲେ । ପରବର୍ତ୍ତୀ ସମୟରେ ସୋମାଲିକା ଜଗତସିଂହପୁର ଥାନାରେ ବିଜୟଶଙ୍କର ବିରୋଧରେ ଯୌନ ନିର୍ଯାତନା ଓ ବଳାତ୍କାର ମାମଲା ଦାଏର କରିଥିଲେ । ଏହି ଘଟଣାରେ ପୁଲିସ ତତ୍ପରତା ନ ଦେଖାଇବାରୁ ସୋମାଲିକା ସ୍ଥାନୀୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ଘଟଣା ବିଚାରାଧିନ ଥିବା ବେଳେ ବିଧାୟକ ବିଜୟଶଙ୍କର କଟକ ଅରୁଣୋଦୟ ନଗର ଅଞ୍ଚଳର ମହିଳା ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ ନିମନ୍ତେ କଟକସ୍ଥିତ ବିବାହ ପଞ୍ଜୀକରଣ ଅଧିକାରୀ(ସବରେଜିଷ୍ଟ୍ରାର)ଙ୍କ ନିକଟରେ ଗତ ସେପ୍ଟେମ୍ବର ୨୧ରେ ପଞ୍ଜୀକରଣ ନିମନ୍ତେ ଆବେଦନ କରିଥିଲେ ।

ବିଜୟଶଙ୍କରଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଏହା ଜାଣିବା ପରେ ପଞ୍ଜୀକରଣ ଅଧିକାରୀଙ୍କୁ ଭେଟି ବିଜୟଶଙ୍କରଙ୍କ ବିବାହ ଆବେଦନ ରଦ୍ଦ କରିବାକୁ ଦାବି କରିଥିଲେ । ବିଜୟଶଙ୍କର ତାଙ୍କ ଆବେଦନରେ ପ୍ରତ୍ୟୁଷା ନନ୍ଦଙ୍କୁ ଅବିବାହିତା ବୋଲି ଦର୍ଶାଇଥିବା ସୋମାଲିକା ଅଭିଯୋଗ ଉଠାଇଥିଲେ । ପ୍ରତ୍ୟୁଷା ଅବିବାହିତା ନୁହନ୍ତି, ବିବାହିତା ଓ ସେ ତାଙ୍କ ପୂର୍ବତନ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ପାଇଛନ୍ତି ବୋଲି ସୋମାଲିକା ପଞ୍ଜୀକରଣ ଅଧିକାରୀଙ୍କୁ ଅବଗତ କରାଇ ବିଜୟଶଙ୍କର ଆବେଦନରେ ଭୁଲ ତଥ୍ୟ ଦେଇଥିବା ଦର୍ଶାଇବା ସହ ପ୍ରତ୍ୟୁଷାଙ୍କ ବିବାହ ସଂକ୍ରାନ୍ତୀୟ ପ୍ରମାଣ ସୋମାଲିକା ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ । ସେହିପରି ପ୍ରତ୍ୟୁଷା ନନ୍ଦଙ୍କ ପୂର୍ବତନ ସ୍ୱାମୀ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ହାଜର ହୋଇ ଛାଡ଼ପତ୍ର ଦଲିଲ ଦାଖଲ କରିଥିଲେ । ସୋମାଲିକା ଓ ପ୍ରତ୍ୟୁଷାଙ୍କ ସ୍ୱାମୀଙ୍କ ପ୍ରଦତ୍ତ ପ୍ରମାଣ ଆଧାରରେ କଟକ ପଞ୍ଜୀକରଣ ଅଧିକାରୀ ବିଜୟ ଶଙ୍କରଙ୍କ ବିବାହ ପଞ୍ଜୀକରଣ ଆବେଦନକୁ ଖାରଜ କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking