25.1 C
Bhubaneswar
Tuesday, November 26, 2024
Homeଓଡିଶାଦୁର୍ଘଟଣା ନେଲା ୪ ଜୀବନ

ଦୁର୍ଘଟଣା ନେଲା ୪ ଜୀବନ

କୋରାପୁଟ,ଜୁନାଗଡ: ଦୁଇଟି ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ମୋଟ୍ ୪ ଜଣଙ୍କ ମୃତ୍ୟୁ ହୋଇଛି । ବ୍ରିଜରୁ ଭାରସାମ୍ୟ ହରାଇ ଏକ ପିକ୍‌ଅପ୍ ଭ୍ୟାନ ଖସିପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବାଇକ୍ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । କୋରାପୁଟ ଜିଲ୍ଲା କୁନ୍ଦ୍ରା ଥାନା ଅନ୍ତର୍ଗତ ଖଟଲାପଦର ନିକଟରେ ବ୍ରିଜରୁ ତଳକୁ ଭାରସାମ୍ୟ ହରାଇ ଏକ ବରଯାତ୍ରୀ ଗାଡ଼ି ଖସିପଡ଼ିବାରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କୁନ୍ଦୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତ ଦଳପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।  ବୈପାରୀଗୁଡା ବ୍ଲକର ଦୋଳପୁର ଗ୍ରାମରୁ ବରଯାତ୍ରୀଙ୍କୁ ଧରି ଏକ ପିକ୍‌ଅପ୍ ଭ୍ୟାନ୍ ବୋରିଗୁମ୍ମା ନୂଆଗାଁ ପଞ୍ଚାୟତର ଡୁରଶାପାଲି ଗାଁକୁ ଯାଉଥିଲା । ଏହି ସମୟରେ କୁନ୍ଦ୍ରା ବ୍ଲକର ଖଟଲାପଦର ଗ୍ରାମ ପାଖରେ ଥିବା ନଦୀ ଉପରେ ପୋଲ ଉପରୁ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ନଦୀ ପାର୍ଶ୍ୱରେ ଥିବା ପଥର ଉପରେ ପଡ଼ିଯାଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି ।

ସେହିପରି କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର ଦେପୁର ନିକଟରେ ଶନିବାର ବିଳମ୍ବିତ ରାତିରେ ବାଇକ୍ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ରବିବାର ସକାଳ ୧୦ଟା ବେଳେ ଦୁଇ ଯୁବକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସୂଚନା ଅନୁସାରେ ଜୁନାଗଡ଼ ଥାନା ଅଧିନସ୍ଥ ଦାସିଗାଁର ସୌମେନ୍ଦ୍ର ନାଗ ଏବଂ ଦାସିଗାଁ ଭେଜିପଡ଼ାର କ୍ଷେତ୍ର ମାଝୀ ନାମକ ଦୁଇ ଯୁବକ କୌଣସି କାମରେ କଲମପୁର ଆସିଥିଲେ । ବିଳମ୍ବିତ ରାତିରେ ଦୁହେଁ ଏକ ବାଇକ ଯୋଗେ କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତା ଦେଇ ନିଜ ଘରକୁ ଫେରୁଥିବା ବେଳେ ଦେପୁର ନିକଟରେ କୌଣସି କାରଣରୁ ବାଇକ ଦୁର୍ଘଟଣା ଘଟିଥିଲା ।

ଯାହା ଫଳରେ ଉଭୟ ଯୁବକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । କିଛି ଲୋକ ଦୁର୍ଘଟଣା ସମ୍ବନ୍ଧରେ ସୂଚନା ପାଇ ତୁରନ୍ତ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଚିଲିଗୁଡାଠାରୁ ଆମ୍ବୁଲାନ୍ସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ଯୁବକଙ୍କ ସହଯୋଗରେ ଉଭୟଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ପହଞ୍ଚିବା ବେଳକୁ ଦୁଇ ଜଣଙ୍କ ମୃତ୍ୟୁ ହୋଇସାରିଥିବା ଡାକ୍ତର ସୂଚନା ଦେଇଥିଲେ । ଘଟଣା ସ୍ଥଳରେ କଲମପୁର ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା । ରବିବାର ସକାଳେ ଏସ.ଆଇ ଡୋଳାମଣି ବିଶି ମୃତଦେହ ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ଜୟପାଟଣା ସ୍ଥାନାନ୍ତର କରଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking