14.1 C
Bhubaneswar
Saturday, January 11, 2025
Homeଓଡିଶାଦିଲ୍ଲୀ ଉପରେ ସମସ୍ତଙ୍କ ନଜର ରହିଛି : କନକ ବର୍ଦ୍ଧନ

ଦିଲ୍ଲୀ ଉପରେ ସମସ୍ତଙ୍କ ନଜର ରହିଛି : କନକ ବର୍ଦ୍ଧନ

ଭୁବନେଶ୍ୱର : ବିଜେପି ଏବଂ ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଉଭୟ ଦଳ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁନାହାନ୍ତି। ଏସବୁ ଭିତରେ ପୁଣି ବଢିଲା ମେଣ୍ଟ ଚର୍ଚ୍ଚା । ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ବଢିଲା । ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଦିଲ୍ଲୀ ଉପରେ ସମସ୍ତଙ୍କ ନଜର ରହିଛି । ସେ ମଧ୍ୟ ଦିଲ୍ଲୀ ଉପରେ ନଜର ରଖିଛନ୍ତି । ଯେପର୍ୟ୍ୟନ୍ତ ଦିଲ୍ଲୀରୁ କୌଣସି ସୂଚନା ଆସିନାହିଁ, ସେ ସଂପର୍କରେ କିଛି କହିବା ଠିକ୍ ହେବ ନାହିଁ । ବିଜେପି ଏକ ଜାତୀୟ ଦଳ, ତେଣୁ ପ୍ରାର୍ଥୀ ତାଲିକା ହେଉ ବା ଅନ୍ୟ ଯାହା ବି ହେଉ, ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ । ବିଜେଡି ଏକ ଆଞ୍ଚଳିକ ଦଳ, ତାଙ୍କର ଓଡ଼ିଶାରେ ନିଷ୍ପତ୍ତିି ହେବ । ମେଣ୍ଟକୁ ନେଇ କର୍ମୀଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ରହିବା ଉଚିତ୍ ନୁହଁ । ଦଳର ସ୍ୱାର୍ଥ ଦୃଷ୍ଟିରୁ ଦିଲ୍ଲୀରୁ ଡାକରା ପାଇ ରାଜ୍ୟ ନେତୃତ୍ବ ଦିଲ୍ଲୀ ଯାଇଥିବା ରାଜ୍ୟ ସଭାପତି ସ୍ପଷ୍ଟ କରିଥିବା କହିଛନ୍ତି କନକ ବର୍ଦ୍ଧନ । ତେଣୁ ତାଙ୍କ ଫେରିବାକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ।ଏହା ସହ କନକ ବର୍ଦ୍ଧନ କହିଛନ୍ତି, ସେମାନେ ହେଉଛନ୍ତି ଶୃଙ୍ଖଳିତ କାର୍ୟ୍ୟକର୍ତ୍ତା ବା ସୈନ୍ୟ । ଦେଶର ହିତ ପାଇଁ ଯାହା ନିଷ୍ପତ୍ତି ହୁଏ, ସୈନ୍ୟ ଗ୍ରହଣ କରେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking