29.1 C
Bhubaneswar
Tuesday, October 22, 2024
Homeଓଡିଶାଏଣିକି ରାତିରେ ବି ପର୍ୟ୍ୟଟକ ବୁଲିପାରିବେ ନନ୍ଦନକାନନ

ଏଣିକି ରାତିରେ ବି ପର୍ୟ୍ୟଟକ ବୁଲିପାରିବେ ନନ୍ଦନକାନନ

ଭୁବନେଶ୍ବର : ଏଣିକି ରାତିରେ ବି ନନ୍ଦନକାନନ ବୁଲିବାର ମଜା ନେଇ ପାରିବେ ପର୍ୟ୍ୟଟକ। ନନ୍ଦନକାନନ ପକ୍ଷରୁ ଆରମ୍ଭ ହୋଇଛି ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ୟ୍ୟକ୍ରମ ‘ନାଇଟ୍‌ ଆଉଟ ଆଟ୍‌ ଜୁ’। ଏହି କାର୍ୟ୍ୟକ୍ରମରେ ସଂଧ୍ୟା ୬ଟା ୩୦ରୁ ରାତି ୮ଟା ଯାଏ ନନ୍ଦନକାନରେ ବୁଲିବାକୁ ଅନୁମତି ମିଳିବ । ୨୫୦ ଟଙ୍କା ଦେଇ ପ୍ରଥମେ ଅନଲାଇନ୍ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଏହାପରେ ବ୍ୟାଟେରୀ ଗାଡ଼ିରେ ବୁଲି ଦର୍ଶକମାନେ ନନ୍ଦନକାନନର ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଭାଗ ନେଇପାରିବେ। ଏହି ସମୟରେ ରାତ୍ରିଚର ପ୍ରାଣୀଙ୍କ ଜୀବନଶୈଳୀର ଅଧ୍ୟୟନ କରିବାକୁ ସୁଯୋଗ ମିଳିବ । ନନ୍ଦନକାନନ ପକ୍ଷରୁ କୁହାଯାଇଛି ଯେ ଅନ୍ୟ ଶିକ୍ଷା ଭିତ୍ତିକ କାର୍ୟ୍ୟକ୍ରମ ଭଳି ଏଠାରେ ମଧ୍ୟ ଏକ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ୟ୍ୟକ୍ରମ ଆରମ୍ଭ ହୋଇଛି। ଏହାର ନାଁ ‘ନାଇଟ୍‌ ଆଉଟ ଆଟ୍‌ ଜୁ’ ରଖାଯାଛି। ଏହା ସଂପୂର୍ଣ୍ଣ ଭାବେ ଗୋଟିଏ ଶିକ୍ଷା ଭିତ୍ତିକ କାର୍ୟ୍ୟକ୍ରମ। କେବଳ ରବିବାର ଏହା ଆୟୋଜନ ହେବ। ପ୍ରତି ରବିବାର ସନ୍ଧ୍ୟା ପରେ ୨୦ ଜଣ ଲୋକ ଏହି କାର୍ୟ୍ୟକ୍ରମରେ ଭାଗ ନେଇପାରିବେ। ଏଥି ସହିତ ନାଇଟ ଆଉଟ ଆଟ୍ ଜୁ’ କାର୍ୟ୍ୟକ୍ରମରେ ଫଟୋ କିମ୍ବା ଭିଡିଓ ରେକର୍ଡିଂ ପାଇଁ ମଧ୍ୟ ଅନୁମତି ଦିଆଯିବ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking