ହରାରେ: ପୂର୍ବତନ କ୍ରିକେଟର୍ ହାମିଲ୍ଟନ୍ ମାସାକାଦ୍ଜା ଜିମ୍ବାୱେ କ୍ରିକେଟର୍ ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଟିମ୍ ଟି-୨୦ ବିଶ୍ୱ କପ୍ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିନପାରିବା କାରଣରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି । ତିନିମାସ ପୂର୍ବରୁ ହିଁ ମୁଖ୍ୟ କୋଚ୍ ଡେଭ୍ ହଟନ୍ ମଧ୍ୟ ପଦ ଛାଡ଼ିଥିଲେ । ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନଥିବା ଜିମ୍ବାୱେ ଆଇସିସିର ଏକମାତ୍ର ପୂର୍ଣ୍ଣ ସଦସ୍ୟ ଟିମ୍ । ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ଜିମ୍ବାୱେ କ୍ରିକେଟ୍ର ଡାଇରେକ୍ଟର ଥିବାବେଳେ ଜିମ୍ବାୱେ ଟିମ୍ ୨୦୨୨ ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା । ଟିମ୍ ଟୁର୍ଣ୍ଣାମେଣ୍ଟ୍ର ସୁପର୍-୧୧ରେ ପହଞ୍ଚିବା ସହ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ପାକିସ୍ତାନକୁ ମାତ୍ ଦେଇଥିଲା । ବୋର୍ଡ ଏହି ଅବସରରେ ୨୦୨୨ ଟି-୨୦ ଓ ୨୦୨୩ ଦିନିକିଆ ବିଶ୍ୱକପ୍ କ୍ୱାଲିଫାୟର୍ ମଧ୍ୟ ଆୟୋଜିତ କରିଥିଲା ।