ପୋଲସରା : ଗୋଟିଏ ଘରୁ ମାଆ ଓ ଝିଅର ମୃତଦେହ ଉଦ୍ଧାର ହୋଇଛି । ଝିଅକୁ ମାରିବା ପରେ ମାଆ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଅନ୍ୟପଟେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇଛି । ଏହିଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ନିମିନା ପଞ୍ଚାୟତ ଅଧୀନ ସାନ ବରଗାଁ ଗ୍ରାମରେ । ଏକ କୋଠରୀରେ ମାଆ ଓ ଦୁଇ ବର୍ଷର ଝିଅର ମୃତ ଦେହ ଦେଖିବାକୁ ମିଳିଛି । ଖବର ପାଇ ପୋଲସରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି । ପ୍ରଥମେ ଦୁଇ ବର୍ଷର ଝିଅକୁ ମାରିବା ପରେ ମାଆ ଆତ୍ମହତ୍ୟା କରିଥିବା ନେଇ ପୁଲିସ ସନ୍ଦେହ କରୁଛି । ମୃତକ ମାଣିକ ଗୌଡଙ୍କ ବୟସ ୩୦ବର୍ଷ ହୋଇଥିବା ବେଳେ ଦୁଇ ବର୍ଷର ଝିଅ ଗେଲୀର ମୃତଦେହ ଉଦ୍ଧାର ହୋଇଛି ।
ସ୍ୱାମୀ ଭିକାରୀ ଗୌଡ ଘରର କବାଟ ଖୋଲାନ ଯିବାରୁ ଭାଙ୍ଗି ଘର ଭିତରେ ପଶିବା ବେଳେ ସ୍ତ୍ରୀ ଓ ଝିଅର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପାରିବାରିକ କଳହକୁ କେନ୍ଦ୍ରକରି ଏହିଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ମୃତକ ମାଣିକର ପରିବାର ପକ୍ଷରୁ ପୋଲସରା ପୁଲିସକୁ ଖବର ଦେଇଥିଲେ । ପୋଲସରା ଥାନାଧିକାରୀ କୌଶିକ ମାଝୀ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛନ୍ତି । ପରିବାର ଲୋକ ମାଣିକକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଖବର ଲେଖାଯିବା ସୁଦ୍ଧା ପୋଲସରା ଥାନାରେ କୌଣସି ଏତଲା ଦିଆଯାଇ ନଥିବା ଜଣାପଡ଼ିଛି ।