34.1 C
Bhubaneswar
Friday, October 18, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

କେବି ବି ଭାବ ନାହିଁ ଯେ ମୋର କିଛି ନାହିଁ, କେବି ବି ଭାବ ନାହିଁ ଯେ ମୋର ସବୁ କିଛି ଅଛି । କିନ୍ତୁ ସବୁବେଳେ ଏଇ କଥା ମନେରଖିବାକୁ ପଡେକି ମୋ ପାଖରେ କିଛି ଅଛି ଆଉ ମୁଁ ପରିଶ୍ରମ କରି କିଛି ବି କରପାରିବି ।।

ମଣିଷ ବୁଦ୍ଧି, ବିବେକ, ଜ୍ଞାନ ଆହରଣ, ଶ୍ରବଣର ଶକ୍ତି ଅନ୍ୟ ପ୍ରାଣୀଙ୍କ ଅପେକ୍ଷା ଯଥେଷ୍ଟ ଅଧିକ । ଏଣୁ ମଣିଷକୁ ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଇଛି !!
ସୁଖ ଏବଂ ଦୁଃଖ ଜୀବନରେ ସମସ୍ତଙ୍କ ପାଖକୁ ଆସିଥାଏ.. ଗର୍ବ କରନ୍ତୁ ନାହିଁ ଯେତେବେଳେ ସୁଖ ଆପଣଙ୍କ ପାଖରେ ଆସିଥାଏ ଆଉ ଦୁଃଖ ସମୟରେ ଟିକେ ଅପେକ୍ଷା କରନ୍ତୁ, ସୁଖ ନିହାତି ଭାବରେ ଆସିବ..

ନିଜେ ନିଜକୁ ଭଗବାନ ଭାବନ୍ତୁ ନାହିଁ। କାହିଁକି ନା’ ଆମ ଅଦୃଶ୍ୟରେ ଆମକୁ ଭଗବାନ ଦେଖୁଛନ୍ତି। ନିଜ ଆଦର୍ଶ ଓ ବିଚାର ଧାରାକୁ ନିଜେ ଆଗକୁ ନେଇ ପାରିବ। ନିଜର ନିଷ୍ଠା ନିଷ୍ପତ୍ତି ଓ କର୍ତ୍ତବ୍ୟକୁ କେବେ ହେଳା କରନାହିଁ। ନହେଲେ ଏ ଦୁନିଆଁ ଚକ୍ଷୁରେ ଛୋଟ ହୋଇଯିବ।
.
ଦୁନିଆରେ ଲୋକଙ୍କ ମାନସିକତା ବଦଳି ଯାଉଛି….

ଯିଏ ସତ କହୁଛି ତାର ସମ୍ପର୍କ ଭାଙ୍ଗି ଯାଉଛି….

ଆଉ ଯିଏ ମିଛ କହୁଛି ତାର ସମ୍ପର୍କ ଅତୁଟ ରହୁଛି….

ଅଦ୍ଯ କୁମ୍ଭ ଦି୧୩ନ, ଫାଲଗୁନ କୃଷ୍ଣ ପ୍ରତିପଦ ଦ୩୬।୪୧ ରାଘ୮।୫୩,ପୂର୍ବାଫାଃ ଦ୫୦।୨୨ ରାଘ୨।୨୨,ସିଂହଚନ୍ଦ୍ର ଦ୬୦ ନିଶାନ୍ତ।

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
କୁମ୍ଭ ଦ୧/୩୬/୧୦ ଇଂଘ୬/୧୩/୩ ଗତେ ଉଦୟ।
ସିଂହ ଦ୨/୧/୦ ଇଂଘ୫/୪୬/୫୩ ଗତେ ଅସ୍ତ ।

ଯୋଗିନୀ ପୂର୍ବେ । ରାତ୍ରି ଘ୮।୫୩ ଗତେ ଉତ୍ତରେ । ଯାତ୍ରା ନାସ୍ତି । ଅଦ୍ୟ ଦେବତା ଗଠନ,ନୌକାଗଠନ, ବାଣିଜ୍ୟକରଣ, ହଳ ପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୨।୨୨ ଗତେ ହସ୍ତା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା । ଶ୍ରବଣା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ପୂର୍ବାଫା ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି । କର୍କଟ ଓ ମକର ରାଶିର ଘାତଚନ୍ଦ୍ର ।ମେଷ ରାଶିର ଘାତବାର । ଦିବା ଘ୧୦।୨୯ ଗତେ ଘ୧।୨୧ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧।୨୯ ଗତେ ଘ୩।୩ ମଧ୍ୟେ କାଳରାତ୍ରି । ମୃତେ ପାଦଦୋଷ । ଫଳଂ କୃଷି ହାନି । ଭୂମିଦାନ । ରାତ୍ରି ଘ୮।୫୩ ଗତେ ଦ୍ବି ପାଦ ଦୋଷ । ଫଳଂ କୃଷି, ପଶୁହାନି । ଭୂମି, ଅନ୍ନଦାନ । ରାତ୍ରି ଘ୨।୨୨ ଗତେ ତ୍ରିପାଦ ଦୋଷ । ଫଳଂ ସଂପଦ ହାନି । ଭୂମି, ଅନ୍ନ, ତିଳକାଞ୍ଚନ ଦାନ ପ୍ରଥମ ରଜୋଦର୍ଶନେ,ରାତ୍ରି ଘ୨।୨୨ ମଧ୍ୟେ ସାତମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବିଧବା । ଗୋକାଞ୍ଚନ ପ୍ରବାଳ ରକ୍ତ ବସ୍ତ୍ର ଦାନ । ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କୁଷ୍ମାଣ୍ଡ(ପାଣି କଖାରୁ) ଭକ୍ଷଣ ନିଷେଧ ।

*(ଅମୃତ)- ଦିବା ଘ୭।୦ ଗତେ ଘ୧୦।୧୨ ମଧ୍ୟେ ରାତ୍ରି ଘ୭।୨୩ ଗତେ, ଘ୮।୫୯ ମଧ୍ୟେ । (ମାହେନ୍ଦ୍ର)-ଦିବା ଘ୭।୦ ମଧ୍ୟେ ଘ୧।୨୪ ଗତେ ଘ୨।୧୨ ମଧ୍ୟେ ରାତ୍ରି ଘ୬।୩୫ ଗତେ ଘ୭।୨୩ ମଧ୍ୟେ ଘ୧୨।୧୧ ଗତେ ଘ୩।୨୩ ମଧ୍ୟେ
ରାଶି ଫଳ
ମେଷ: ରାଜନୀତିରେ ମନୋକାମନା ପୂରା ହେବ। ବ୍ୟବସାୟରେ ଅଟକିଥିବା ଟଙ୍କା ପାଇବେ। ସାଥୀଙ୍କ ସହ ବୁଲିବାକୁ ଯିବେ। ଛାତ୍ରଙ୍କୁ ଶିକ୍ଷକଙ୍କ ମାର୍ଗ ଦର୍ଶନ ମିଳିବ।

ବୃଷ: ବ୍ୟବସାୟରେ ଲାଭ ପାଇଁ ନୂଆ ଚୁକ୍ତିନାମା ହେବ। ସରକାରୀ କାମରେ ବଡ଼ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ପରିବାରରେ ସୁଖ ଓ ଶାନ୍ତି ବଢ଼ିବ।

ମିଥୁନ: ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ସନ୍ତାନଙ୍କ ପକ୍ଷରୁ ଶୁଭ ସୂଚନା ମିଳିବ।

କର୍କଟ: ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଚାକିରିଆଙ୍କୁ ନୂଆ ପରିଯୋଜନା ମିଳିପାରେ। ପ୍ରେମରେ ସଫଳ ହେବେ।

ସି˚ହ: ମିତ୍ରଙ୍କ ସହାୟତାରେ ଜରୁରୀ କାମ ସ˚ପୂର୍ଣ୍ଣ ହେବ। ଅଧିକାରୀବର୍ଗଙ୍କ ଲାଗି ଦିନଟି ଲାଭପ୍ରଦ। ଓକିଲଙ୍କୁ ବଡ଼ ମକଦ୍ଦମାରେ ବିଜୟ ହାସଲ ହୋଇପାରେ।

କନ୍ୟା: ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣକରିବେ। ବ୍ୟବସାୟରେ ନୂଆ ଅନୁବନ୍ଧ ହେବ। ଛାତ୍ରମାନେ କୌଣସି ନୂଆ ପାଠ୍ୟକ୍ରମରେ ଯୋଗ ଦେଇପାରନ୍ତି।

ତୁଳା: ମଉଜ ମଜଲିସ ଲାଗି ଅବସର ମିିଳିବ। ଜୀବନସାଥୀଙ୍କର ପୂରା ସହଯୋଗ ପାଇବେ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରଶଂସିତ ହେବେ।

ବିଛା: ଅନ୍ୟ ଉପରେ ଭରସା କରନ୍ତୁ ନାହିଁ, ଅଶାନ୍ତି ବଢ଼ିବ। ଜୀବନରେ କୌଣସି ପରିବର୍ତ୍ତନ ପାଇଁ ବିଚାର କରିବେ। ଛାତ୍ରୀଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ।

ଧନୁ: ଉନ୍ନତିର ନୂଆ ସାଧନ ମିଳିବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ଦାଂପତ୍ୟ ସମ୍ବନ୍ଧ ଲାଗି ଦିନଟି ଭଲ। ଘରେ ଛୋଟ ସମାରୋହର ଆୟୋଜନ କରିପାରନ୍ତି।

ମକର: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। ବ୍ୟବସାୟରେ ସଫଳ ହେବେ।

କୁମ୍ଭ: ଆଜି କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହୋଇପାରେ। କୋର୍ଟ କଚେରି ମାମଲାରେ ସଫଳତା ମିଳିବ। ମନ୍ଦିର ସଫାସୁତୁରାରେ ଆପଣଙ୍କର ସହଯୋଗ ଦିଅନ୍ତୁ।

ମୀନ: ଆପଣଙ୍କ ସ୍ବଭାବ ନେତାଙ୍କ ଭଳି ରହିବ। ଆଶା ପୂରା କରିବାରେ ସଫଳ ହେ‌େବ। ଜୀବନସାଥୀଙ୍କ ବ୍ୟବହାରରେ ପ୍ରସନ୍ନ ରହିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking