ଭୁବନେଶ୍ୱର : ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ ଉପସଭାପତି । କୌଣସି ପ୍ରଶ୍ନପତ୍ର ଲିକ୍ ହୋଇନଥିବା କହିଲେ ନିହାର ରଂଜନ ମହାନ୍ତି । ପରୀକ୍ଷାକୁ ୨୪ ଘଣ୍ଟା ବିତିଥିଲେ ବି ଅମ ପାଖକୁ ଅଭିଯୋଗ ଆସିନି । ବିଭ୍ରାନ୍ତ କରିବାକୁ କେହି ଏଭଳି କରିଥିବା କହିଲେ ବୋର୍ଡ ଉପସଭାପତି । ଧରାପଡିଲେ ତ୍ରୁଟିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିସ ହୋଇଛି । କିଛି କରୀକ୍ଷା କେନ୍ଦ୍ରରେ ତ୍ରୁଟି ହୋଇଥିବା ଏଆଇରୁ ଧରାପଡିଥିଲା । ଭୁଲ୍ ଜାଣିପାରୁନଥିବା କହିଛନ୍ତି ପରୀକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ । ସେମାନଙ୍କୁ ଅଧିକ ସଚେତନ କରାଯିବ, ଅଣ୍ଡରଟେକିଂ ରଖାଯିବ । ଅଣ୍ଡରଟେକିଂ ରଖାଯାଇ ଆବଶ୍ୟକସ୍ଥଳେ ପରୀକ୍ଷା ନିୟୋଜିତ କରାଯିବ ।