ଭୁନେଶ୍ବର: ଭୁନେଶ୍ବର ମହାନଗର ନିଗମ ରେ ସଫାଇ କର୍ମଚାରୀ ଏବଂ ଡି ଏଲ ଆର/ କାଜୁଆଲ ଶ୍ରମିକ ଭାବରେ ଦୀର୍ଘ ଦସ ରୁ ୨୫ ବର୍ଷ ଧରି କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ରେଗୁଲାର ନିଯୁକ୍ତି ଦେବା, ବକେଆ ଇ ପି ଏଫ୍ ଟଙ୍କା ତୁରନ୍ତ ଡୀପୋଜିଟ କରିବା, ସମସ୍ତଙ୍କ ପାଇଁ ଇ ଏସ ଆଇ ସ୍କିମ ଲାଗୁ କରିବା, ସବେଇଟନିକ ଜାତୀୟ ଛୁଟି ପ୍ରଦାନ କରିବା, ରିଟାଏଡମେଣ୍ଟ ବେନିଫିଟ ଓ ଗ୍ରାଚୁଇଟି ପ୍ରଦାନ କରିବା, ଆଉଟ୍ ସୋର୍ଶିଂ ଠିକାଦାରୀ ଉଚ୍ଛେଦ କରି ସମସ୍ତ କର୍ମଚାରୀଙ୍କୁ ବି ଏମ୍ ସି ଅଧୀନ କୁ ଆଣିବା, ଡ୍ରାଇଭର ମାନଙ୍କୁ ସ୍କୁଲ ୱାର୍କର୍ ମଜୁରୀ ପ୍ରଦାନ କରିବା ଇତ୍ୟାଦି ଦାବିନେଇ ଆସନ୍ତା ଫେବୟାରୀ ୨୬ ତାରିଖରେ ଭୁବେଶ୍ୱର ମହାନଗର ନିଗମ ର ମୁଖ୍ୟ ଦପ୍ତର ଘେରାଉ କରାଯିବ ।
ସିଟୁ ଶହ ବନ୍ଧିତ୍ ବି ଏମ୍ ସି ୱାର୍କର୍ସ ୟୁନିୟନର ସଭାପତି ତଥା ସି ଆଇ ଟି ୟୁ ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିଷ୍ଣୁ ମହାନ୍ତି ଙ୍କ ସଭାପତିତ୍ୱରେ ଆଜି ସ୍ଥାନୀୟ ଶ୍ରମିକ ଭବନରେ ଆୟୋଜିତ ସଂଘର କାର୍ଯକାରୀ କମିଟି ବୈଠକର ନିଷ୍ପତି ନିଆଯାଇଛି। ଫେବୃଆରୀ ୨୫ ତାରିଖ ଦିନ ସାରା ରାଜ୍ୟର ବିଭିନ୍ନ ମହାନଗର ନିଗମ, ମୁନିଷ୍ପାଲିଟି, ଏନ ଏ ସି ରେ କାର୍ଯ୍ୟରତ ସଫେଇ କର୍ମଚାରୀ ସଂଘର କର୍ମକର୍ତ୍ତା ମାନଙ୍କର ବୈଠକ ଅନୁଷ୍ଠିତ ହେବ ଏବଂ ଏହି ଲଢେଇ ସମଗ୍ର ରାଜ୍ୟରେ ଶ୍ରମିକ ମାନଙ୍କ ହକ ଦାବି ହାସଲ ପାଇଁ ଚାଲିବ। ଆଜିର ଏହି ବୈଠକର ସି ଟୁ ର ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଦୀପ୍ତ ନାୟକ ସଫେଇ କର୍ମଚାୀମାନଙ୍କ ନାଜ୍ୟ ଦାବୀ ହାସଲ ପାଇଁ ଆନ୍ଦୋଳନ କୁ ଜୋରଦାର କରିବାକୁ ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂଘର ବରିଷ୍ଠ ଉପ ସଭାପତି ସତ୍ୟାନନ୍ଦ ବେହେରା, ବଳରାମ ନାୟକ, ସାଧାରଣ ସମ୍ପାଦକ ଗୁରୁବାରି ନାୟକ ଏବଂ ସମସ୍ତ କାର୍ଯକାରୀ କମିଟି ସଭ୍ୟ ସଭ୍ୟା ଉଅସ୍ଥିତ୍ ଥିଲେ ।