34.1 C
Bhubaneswar
Friday, October 18, 2024
Homeଅପରାଧଚୋରି ଅଭିଯୋଗରେ ଜଣେ ଗିରଫ

ଚୋରି ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ୱର: କୁଖ୍ୟାତ ଚୋରକୁ ବାନ୍ଧିଲା କ୍ୟାପିଟାଲ ଥାନା ପୁଲିସ । ଗତ ୨ ତାରିଖରେ ୭୮ ହଜାର ଟଙ୍କା ଲୁଟି ନେଇଥିବା ଫାଲକିଆ ବସ୍ତିର ରବି ହରିଚନ୍ଦନ(୨୨)କୁ ଆଜି ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ସୂଚନା ଯୋଗ୍ୟ ଯେ, ଗତ ୨ ତାରିଖ ରାତିରେ ବିଜୟ ନାରାୟଣ ମହାନ୍ତି ନାମକ ଜଣେ ବ୍ୟକ୍ତି କାମ ସାରି ଲକ୍ଷ୍ମୀସାଗର ସ୍ଥିତ ବୁଦ୍ଧନଗର ଥିବା ନିଜ ଘରକୁ ଫେରୁଥିବା ବେଳେ ଫାଲକିଆ ବସ୍ତି ନିକଟରେ ରବି ଏବଂ ତାଙ୍କର ଜଣେ ସହଯୋଗୀ ତାଙ୍କୁ ରାସ୍ତାରେ ଅଟକାଇ ଥିଲେ ।

ସେ ସେଠାରେ ରହିବା ପରେ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ପାଖରେ ଥିବା ୭୮,୭୦୦ଟଙ୍କା ଛଡାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତାପରେ ବିଜୟ ସେଠାରୁ ଆସି ଘଟଣା ବିଷୟରେ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ତଦନ୍ତ କରି ରବିକୁ ଗିରଫ କରିଛି । ତାସହ ଚୋରି କରିଥିବା ୭୮ ହଜାର ଟଙ୍କାରୁ ୫୩,୫୦୦ ଟଙ୍କା ଜବତ କରିଥିବା ବେଳେ ବାକି ଟଙ୍କା ସବୁକୁ ଉଭୟ ମିଶି ଖର୍ଚ୍ଚ କରିଦେଇଥିବା କଥା ପୁଲିସକୁ କହିଛି ରବି । ପୁଲିସ ତଦନ୍ତ ବେଳେ ଜଣା ପଡ଼ିଥିଲା ରବି ଜଣେ ଅଭ୍ୟାସଗତ ଅପରାଧୀ । ତା ନାମରେ କ୍ୟାପିଟାଲ ଥାନାରେ ୧୦ଟି ମାମଲା ରହିିଛି । ତେଣୁ ସିଆରପିସି-୧୧୦ ଧାରା ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଇଥିବା ବେଳେ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking