27.1 C
Bhubaneswar
Friday, October 18, 2024
Homeଅପରାଧପତ୍ନୀଙ୍କ ଇନଷ୍ଟାଗ୍ରାମ ରିଲିସ କରିବାକୁ ନେଇ ପତି କଲେ ଆତ୍ମହତ୍ୟା

ପତ୍ନୀଙ୍କ ଇନଷ୍ଟାଗ୍ରାମ ରିଲିସ କରିବାକୁ ନେଇ ପତି କଲେ ଆତ୍ମହତ୍ୟା

କର୍ଣ୍ଣାଟକ : ଆଜିର ନୂତନ ଦୁନିଆରେ ଯୁବପିଢିମାନେ ଅଧିକାଂଶ ସମୟ ସୋସିଆଲ ମିଡିଆ ସହ ବିତାଉଛନ୍ତି । ଯେମିତି ଲାଗୁଛି  ସୋସିଆଲ ମିଡିଆ ବିନା ଜୀବନ ଜୀଇଁବା କଷ୍ଟକର । ଆମର ନିତିଦିନିଆ କାର୍ଯ୍ୟଠାରୁ  ଆରମ୍ଭ କରି ପ୍ରତ୍ୟେକଟି ମୁହୁର୍ତ୍ତ କୁ  ଆମେ ସୋସିଆଲ ମିଡିଆରେ ସେୟାର କରୁଛୁ । ଏହାରି ଭତିରେ  ସୋସିଆଲ ମିଡିଆକୁ ନେଇ ବିଚଳିତ କଲାଭଳି ଏକ ଖବର ଆସିଛି କର୍ଣ୍ଣାଟକର ଚାମରାଜନଗର ଅଞ୍ଚଳରେ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । କୁମାର ନାମରେ ଜଣେ ବ୍ୟକ୍ତି କୁଲି କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କର ପତ୍ନୀ ସୋସିଆଲ ମିଡିଆ ବା ଇନଷ୍ଟାଗ୍ରାମରେ ଅଧିକାଶଂ ସମୟ ରିଲ୍ସ କରି ପୋଷ୍ଟ କରୁଥିଲେ । ଏହାକୁ ତାଙ୍କ ସ୍ୱାମୀ ବିରୋଧ କରୁଥିଲେ ମଧ୍ୟ ସେ ଏହାକୁ କର୍ଣ୍ଣପାତ କରୁନଥିଲେ । ଏଥିପାଇଁ ଉଭୟଙ୍କ ମଧ୍ୟରେ ଅଧିକାଶଂ ସମୟ କଳହ ଲାଗିରହୁଥିଲା । ପତ୍ନୀଙ୍କ ଏଭଳି କାର୍ଯ୍ୟରେ ବିରକ୍ତି ଭାବ ପ୍ରକାଶ କରି ସ୍ୱାମୀ ନିଜକୁ ଏକ ଗଛରେ ଟାଙ୍ଗି ଆତ୍ମହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking