30.1 C
Bhubaneswar
Monday, October 21, 2024
Homeଓଡିଶାସୁନା ଗହଣା ସହ ନଗଦ ଟଙ୍କା ଜବତ; ୭ ଲୁଟେରା ଗିରଫ

ସୁନା ଗହଣା ସହ ନଗଦ ଟଙ୍କା ଜବତ; ୭ ଲୁଟେରା ଗିରଫ

କେନ୍ଦୁଝର : ଜାନୁଆରୀ ୨୦ ତାରିଖରେ ପାଟଣା ଥାନା ଧାନବେଣି ଗ୍ରାମର ହେମେନ୍ଦ୍ର ମହାନ୍ତଙ୍କ ବଡ ମା ପାଟଣା ବଜାରରୁ ସୁନା ଅଳଙ୍କାର କିଣ ିବାଇକ୍‌ରେ ଫେରୁଥିବା ବେଳେ ପାଟଣା ଶିବ ମନ୍ଦିର ନିକଟରେ ଏକ କଳା ବାଇକ୍‌ରେ ୨ ଦୁର୍ବୃତ୍ତ ଆସି ବ୍ୟାଗରେ ଥିବା ୧ ମଙ୍ଗଳସୂତ୍ର, ୨ଟି ସୁନା କାନ ଫୁଲ, ୧ ସୁନା କଏନ, ୧ସୁନା ମୁଦି, ୫ହଜାର ଟଙ୍କା ଓ ଏକ ମୋବାଇଲ ନେଇଥିଲେ। ଏହି ଘଟଣା ପରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନୀତିନ କୁଲ କରଦାଗୁଡୁଙ୍କ ନିର୍ଦ୍ଦେଶରେ ତଦନ୍ତ କରାଯାଇ ଏମାନଙ୍କୁ ଧରାଯାଇଥିଲା।କେନ୍ଦୁଝର ଜିଲା ପାଟଣା ପୋଲିସ ମଙ୍ଗଳବାର ୭ କୁଖ୍ୟାତ ଆନ୍ତଃ ଜିଲା ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସମସ୍ତଙ୍କୁ ପର୍ଯ୍ୟାୟ କ୍ରମେ ଆସ୍କା ଓ ଝାଡଖଣ୍ଡ ଅଞ୍ଚଳରୁ ଗିରଫ କରାଯାଇଛି। ବିଭିନ୍ନ ସମୟରେ ଏମାନେ ପାଟଣା, ତୁରୁମୁଙ୍ଗା, ଟାଉନ, ଘଟଗାଁ ଓ ଚାମ୍ପୁଆ ଥାନା ଅଞ୍ଚଳରେ ପଲ୍ସର୍‌ରେ ଆସି ଡିକି ଭଙ୍ଗି ଚୋରି ସହ, ଲୁଟ କରୁଥିବା ଅଭିଯୋଗ ହୋଇଥିଲା। ସେମାନଙ୍କଠାରୁ ୧ସୁନା ମଙ୍ଗଳ ସୂତ୍ର, ୨ ସୁନା କାନ ଫୁଲ, ୧ସୁନା ମୁଦି, ନଗଦ ୫୪ହଜାର ୨୮୬ଟଙ୍କା ଜବତ ହୋଇଛି। ଏହା ସହ ଏକ ବାଜାଜ୍‌ ପଲ୍ସର, ଏକ ହିରୋ ସିବିଜେଡ ବାଇକ ଓ ୫ ଟି ମୋବାଇଲ ଫୋନ ଜବତ ହୋଇଥିବା ଖବରଦାତା ସମ୍ମିଳନୀରେ ଘଟଗାଁ ଏସ୍‌ଡିପିଓ ସୁଦର୍ଶନ ଗାଙ୍ଗୋଈ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking