19.3 C
Bhubaneswar
Thursday, January 2, 2025
Homeଦେଶ ବିଦେଶଆମେରିକାରେ ଆଉ ଜଣେ ଭାରତୀୟଙ୍କୁ ହତ୍ୟା

ଆମେରିକାରେ ଆଉ ଜଣେ ଭାରତୀୟଙ୍କୁ ହତ୍ୟା

ୱାଶିଂଟନ : ଆମେରିକାରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ ଥମିବାର ନାଁ ନେଉନି । ଅନେକ ଭାରତୀୟ ପ୍ରାଣ ହରାଇଛନ୍ତି । ଏହାରି ଭିତରେ ୱାଶିଂଟନରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ଜଣକ ହେଲେ ଆଲେକ୍ସଜାଣ୍ଡାରିଆର ୪୧ ବର୍ଷୀୟ ବିବେକ ତାନେଜା । ରିପୋର୍ଟ ଅନୁସାରେ, ଗତ ୨ ତାରିଖ ଦିନ ଭୋର ୨ଟା ସମୟରେ ବିବେକଙ୍କୁ କିଛି ଯୁବକ ଆକ୍ରମଣ କରିଥିଲେ । ୧୫ଟିଥ ଷ୍ଟ୍ରିଟ ନର୍ଥୱେଷ୍ଟର ୧୧୦୦ ବ୍ଲକରେ ଭାରତୀୟ ଯୁବକଙ୍କୁ ଆକ୍ରମଣ ହୋଇଥିଲା । ଏନେଇ ସ୍ଥାନୀୟ ଅଧିକାରୀ ଖବର ପାଇବା ପର ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଫୁଟପାଥରୁ ବିବେକଙ୍କୁ ପାଇଥିଲେ ସ୍ଥାନୀୟ ପୋଲିସ ଅଧିକାରୀ । ତେବେ ହସ୍ପିଟାଲରେ ଚିକିତ୍ସା ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାର ଉନ୍ନତି ବଦଳରେ ଅବନତି ଦେଖାଯାଇଥିଲା । ଏହାପରେ ଗତ ୭ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ବିବେକ ।

ତେବେ ୱାଶିଂଟନ ଡିସିରେ ରହିଥିବା ମେଟ୍ରୋପଲିଟାନ ପୋଲିସ ସନ୍ଦିଗ୍ଧକୁ ଚିହ୍ନଟ କରିବାରେ ଜନସାଧାରଣଙ୍କର ସହାୟତା ଲୋଡିଛି । ପ୍ରକାଶ ଥାଉକି, ଏହି ଅଘଟଣ ଘଟିବାର କିଛି ଦିନ ପୂର୍ବରୁ ବିବେକଙ୍କ ସହିତ ଜଣେ ସ୍ଥାନୀୟ ଯୁବକଙ୍କ ବଚସା ହୋଇଥିଲା । ରାଗରେ ଜର୍ଜରିତ ହୋଇ ସ୍ଥାନୀୟ ଯୁବକ ଏଭଳି କାଣ୍ଡ ଭିଆଇଥିବା ସ୍ଥାନୀୟ ଅଧିକାରୀ ସନ୍ଦେହ କରୁଛନ୍ତି । କୋଲମ୍ବିଆ ଜିଲ୍ଲାରେ ହୋଇଥିବା ପ୍ରତ୍ୟେକ ହତ୍ୟାକାରୀ ବିଷୟରେ ସୂଚନା ପ୍ରଦାନ କରିଲେ ୨୫୦୦୦ ଆମେରିକୀୟ ଡଲାର ପ୍ରଦାନ କରାଯିବା ନେଇ ମେଟ୍ରୋପଲିଟାନ ପୋଲିସ ପକ୍ଷରୁ ଘୋଷଣା କରାଯାଇଛି ।

ତେବେ ଏହି ହତ୍ୟାକାଣ୍ଡ ବିଷୟରେ ସୂଚନା ଦେବା ପାଇଁ ୨୦୨-୭୨୭-୯୦୯୯ ନମ୍ବର ଜାରି କରାଯାଇଛି । ସୂଚନାଯୋଗ୍ୟ, ଆମେରିକାରେ ଅସୁରକ୍ଷିତ ହୋଇପଡିଛନ୍ତି ଭାରତୀୟ ଛାତ୍ର । କେତେବେଳେ ଆକ୍ରମଣ ତ କେତେବେଳେ ହତ୍ୟା । ଗତ କିଛି ଦିନ ହେବ ଆମେରିକାରେ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣର ଅନେକ ଖବର ସାମ୍ନାକୁ ଆସୁଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଛି । ଫେବୃଆରୀ ୭ ତାରିଖରେ ଚିକାଗୋରେ ହାଇଦ୍ରାବାଦ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହେବା ପରେ ଛାତ୍ର ଜଣଙ୍କ ସୋସିଆଲ ମିଡିଆରେ ଭିଡିଓ ଜାରି କରି ସାହାଯ୍ୟ କରିଥିଲେ । ଉକ୍ତ ଛାତ୍ର ଜଣକ ହାଇଦ୍ରାବାଦ ଛାତ୍ର ମାଜାହିର ଅଲି ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking