32.1 C
Bhubaneswar
Friday, October 18, 2024
Homeଦେଶ ବିଦେଶବିବାହ ପରେ ଶାଶୂଘରେ ପହଞ୍ଚି ପାରିଲେ ନାହିଁ ନବବଧୂ

ବିବାହ ପରେ ଶାଶୂଘରେ ପହଞ୍ଚି ପାରିଲେ ନାହିଁ ନବବଧୂ

ନୂଆଦିଲ୍ଲୀ: ରାଜସ୍ଥାନର ସିକର ଜିଲ୍ଲାରେ ବୁଧବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ବିବାହା ପରେ ବର-କନ୍ୟା ଘରକୁ ଫେରୁଥିବା ବେଳେ ରାସ୍ତାରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ କନ୍ୟାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବରଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାକୁ ନେଇ ପୁଲିସ ସୂତ୍ରରୁ ପ୍ରକାଶ, ସିକର ଜିଲ୍ଲାର ୫୮ ନମ୍ବର ଜାତୀୟ ରାଜପଥ ଫତେହପୁର ଅଞ୍ଚଳରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି ।

ସିକାର ଜିଲ୍ଲାର ଲକ୍ଷ୍ମଣଗଢ଼ ଅଞ୍ଚଳସ୍ଥ ବାଟଡାନାଉ ଗ୍ରାମରୁ ଏକ ବରଯାତ୍ରୀ ହରିୟାଣା ଯାଇଥିଲା । ମଙ୍ଗଳବାର ରାତିରେ ବିବାହ ଶେଷହେବାପରେ ବରବଧୂ ବୁଧବାର ଘରକୁ ଫେରୁଥିଲେ । ଏହି ସମୟରେ ସେମାନଙ୍କ କାର ଏକ ଡମ୍ପର ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟାବହ ଥିଲା କି ଖୁସବୁ ନାମକ ନବବଧୂଙ୍କ ଘଟଣାସ୍ଥଳରେ ହଁ ମୃତ୍ୟୁ ହୋଇଯାଇଥିଲା । ଏଥିରେ ଗୁରୁତର ଆହତ ହୋଇଥିବା ବର ଓ ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଥିବା ଅନ୍ୟକିଛି ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁଃଖଦ ଖବର ପାଇବା ପରେ ଉଭୟ ବର ଓ କନ୍ୟାଙ୍କ ପରିବାରରେ ଶୋକରଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking