29.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶନାବାଳିକାକୁ ଝୁଣି ଖାଇଲେ ବୁଲା କୁକୁର..

ନାବାଳିକାକୁ ଝୁଣି ଖାଇଲେ ବୁଲା କୁକୁର..

ଗୁଜରାଟ : ଏକ ୪ ବର୍ଷୀୟା ନିରୀହା ନାବାଳିକାକୁ ଝୁଣି ଝୁଣି ଖାଇଲେ ବୁଲା କୁକୁରମାନେ। ଏପରି ଏକ ଅଭାବନୀୟ ଘଟଣା ଗୁଜରାଟର ସୁରତରେ ଘଟିଛି। ମୃତା ନାବାଳିକା ନିଜ ପିତାମାତା ଓ ୩ ଭାଇଙ୍କ ସହ ସୁରତରେ ରହୁଥିଲେ। ତାଙ୍କ ପିତାମାତା ନିକଟରେ ଏକ ସୁତା କଳରେ ଶ୍ରମିକ ଭାବେ କାମ କରୁଥିଲେ। ଘଟଣା ଦିନ ଉଭୟ ପତିପତ୍ନୀ ନିଜ କାମକୁ ଚାଲି ଯାଇଥିଲେ।ସନ୍ଧ୍ୟା ପରେ ଫେରି ପିଲାମାନଙ୍କୁ ଖୋଜିବାରୁ ନିଜ ଝିଅକୁ ସେମାନେ ପାଇ ନ ଥିଲେ। ଏହାପରେ ଆଖାପାଖ ଅଞ୍ଚଳରେ ଖୋଜାଖୋଜି କରି ପାଖରେ ଥିବା ଆଖୁ କିଆରିରେ ଝିଅ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଝିଅ ଶରୀର ସାରା କୁକୁର ଦାନ୍ତ ଚିହ୍ନ ଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେମାନେ ପିଲାଟିକୁ ନିକଟସ୍ଥ ଡାକ୍ତରଖାନା ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ କୁକୁର ପ୍ରତି ଭୟ ଦେଖାଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking