19.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଆସ୍ଥା ଜିତିଲେ ଚମ୍ପଇ

ଆସ୍ଥା ଜିତିଲେ ଚମ୍ପଇ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭାରେ ଚମ୍ପଇ ସରକାର ଆସ୍ଥାଭୋଟ ଜିତିଛନ୍ତି । ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ବିଧାନସଭାରେ ବହୁମତ ପ୍ରମାଣିତ କରିଛନ୍ତି । ୪୭ ବିଧାୟକଙ୍କ ସମର୍ଥନ ସହ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ଝାଡ଼ଖଣ୍ଡ ବିଧାନସଭାରେ ନିଜର ବହୁମତ ପ୍ରମାଣିତ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜେଲରୁ ଆସି ଆସ୍ଥାଭୋଟରେ ସାମିଲ ହୋଇଥିଲେ ।

୮୧ ଆସନ ବିଶିଷ୍ଟ ଝାଡଖଣ୍ଡରେ ସରକାର ଗଠନ ପାଇଁ ୪୧ ବିଧାୟକଙ୍କ ଆବଶ୍ୟକତା ରହିଥିଲା । । ପୂର୍ବରୁ ଶାସନରେ ଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନିକଟରେ ସର୍ବାଧିକ ୨୯ ଆସନ ଓ ଏହାର ସହଯୋଗୀ କଂଗ୍ରେସ ନିକଟରେ ୧୭ ଆସନ ରହିଛି । ସେହିପରି ରାଷ୍ଟ୍ରୀୟ ଜନତା ଦଳ ଓ ସିପିଆଇ(ଏମ)ର ଜଣେ ଲେଖାଏଁ ବିଧାୟକ ମଧ୍ୟ ଜେଏମଏମ ସମର୍ଥିତ ମେଣ୍ଟରେ ରହିଛନ୍ତି । ଅନ୍ୟପଟେ ବିରୋଧୀ ବିଜେପି ନିକଟରେ ୨୫ ବିଧାୟକ ରହିଛନ୍ତି । ତେଣୁ ଚମ୍ପାଇଙ୍କ ନିକଟରେ ଏବେ ପ୍ରାୟ ୪୩ ବିଧାୟକ ସମର୍ଥନ ଥିବା ଜେଏମଏମ ଦାବି କରିଥିଲା । । ସେହିପରି ଭୋଟିଂ ସମୟରେ ଏହି ସଂଖ୍ୟାରେ ବୃଦ୍ଧି ପାଇ ୪୬-୪୭ରେ ପହଞ୍ଚିପାରେ ବୋଲି ଚମ୍ପାଇଙ୍କ କ୍ୟାମ୍ପ ଦାବି କରୁଥିଲେ ।

ତିନି ଘଣ୍ଟା ବିଳମ୍ବରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking