29.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଏଫିଲ୍ ଟାୱାରରେ ଲଞ୍ଚ୍ ହେଲା ୟୁପିଆଇ ସେବା

ଏଫିଲ୍ ଟାୱାରରେ ଲଞ୍ଚ୍ ହେଲା ୟୁପିଆଇ ସେବା

ପ୍ୟାରିସ୍‌: ଭାରତର ନିଜସ୍ୱ ଅନଲାଇନ୍ ତଥା ଡିଜିଟାଲ ପେମେଣ୍ଟ ସିଷ୍ଟମ୍ ୟୁପିଆଇକୁ ଏବେ ଅନ୍ତର୍ଜାତୀୟସ୍ତରରେ ଆଦୃତି ମିଳିବା ଆରମ୍ଭ ହୋଇଛି । ରିପୋର୍ଟ ଅନୁସାରେ ଫ୍ରାନ୍ସର ପ୍ୟାରିସ୍ ସହରରେ ଥିବା ବିଶ୍ୱପ୍ରସିଦ୍ଧ ଏଫିଲ୍ ଟାୱାରରେ ୟୁପିଆଇ ସେବାକୁ ଲଞ୍ଚ୍ କରାଯାଇଛି । ଆଗାମୀ ଦିନରେ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ଫ୍ରାନ୍ସରେ ପ୍ରଚଳିତ ହେବ । ଏଫିଲ୍ ଟାୱାରରେ ୟୁପିଆର ଶୁଭାରମ୍ଭ ଦ୍ୱାରା ଏବେ ଧୀରେ ଧୀରେ ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ଏହି ବ୍ୟବସ୍ଥାକୁ ଲୋକାଦୃତି ମିଳିବ ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ବିଶ୍ୱର ପ୍ରଥମ ବିଦେଶୀ ଦେଶ ଭାବେ ଫ୍ରାନ୍ସ, ୟୁପିଆଇ ସେବାକୁ ଲଞ୍ଚ୍ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସୂଚନାରେ ଖୁସିବ୍ୟକ୍ତ କରିବା ସହ ୟୁପିଆଇକୁ ବିଶ୍ୱସ୍ତରୀୟ କରିବା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି କହିଛନ୍ତି । ପ୍ରକାଶ, ଗଣତନ୍ତ୍ର ଦିବସ ଅବସରରେ ଭାରତକୁ ମୁଖ୍ୟ ଅତିଥି ଭାବେ ଆସିଥିବା ବେଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌, ୟୁପିଆଇ ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ । ରାଜସ୍ଥାନରେ ଏକ ଦୋକାନରୁ କିଛି ସାମଗ୍ରୀ କିଣିବା ସମୟରେ ମୋଦୀ, ମାକ୍ରନ୍‌ଙ୍କ ଉପସ୍ଥିତିରେ ୟୁପିଆଇ ପେମେଣ୍ଟ କରିଥିଲେ । ଏହାକୁ ଦେଖି ମାକ୍ରନ୍ ବେଶ୍ ଖୁସିବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking