29.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଇସ୍ତଫା ଦେଲେ ବନୱାରୀଲାଲ ପୁରୋହିତ

ଇସ୍ତଫା ଦେଲେ ବନୱାରୀଲାଲ ପୁରୋହିତ

ଚଣ୍ଡୀଗଡ: ପଞ୍ଜାବ ରାଜ୍ୟପାଳ ତଥା କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ର ପ୍ରଶାସକ ୭୮ବର୍ଷୀୟ ବନୱାରୀଲାଲ୍ ପୁରୋହିତ ଶନିବାର ଆକସ୍ମିକ୍ ଭାବେ ଉଭୟ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫା ଦେବା ପୂର୍ବରୁ ଆଜି ସେ ପ୍ରଥମେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ସାକ୍ଷାତ କରିଥିଲେ । ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି ଏବଂ ଇସ୍ତଫା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ତେବେ ସେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିବା ନିଜ ଇସ୍ତଫା ପତ୍ରରେ ନିଜ ବ୍ୟକ୍ତିଗତ କାରଣ ଯୋଗୁ ଇସ୍ତଫା ଦେଉଥିବା ଦର୍ଶାଇଥିଲେ ମଧ୍ୟ ଏହାପଛରେ ଏକ ବଡ଼ କାରଣ ରହିଥିବା ଅନୁମାନ କରାଯାଉଛି ।

ରିପୋର୍ଟ ଅନୁସାରେ ପଞ୍ଜାବ ସରକାର ଏବଂ ରାଜ୍ୟପାଳ ବନୱାରୀଲାଲ୍ ପୁରୋହିତଙ୍କ ମଧ୍ୟରେ ପ୍ରଥମରୁ କିଛି ବି ଠିକ୍ ନଥିଲା । ପଞ୍ଜାବ ରାଜ୍ୟପାଳ ଭାବେ ତାଙ୍କର ଅଢ଼େଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଥର ରାଜ୍ୟସରକାରଙ୍କ ସହ ବିବାଦ ଘେରକୁ ଚାଲିଆସିଥିଲେ । ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍‌ଙ୍କ ସହ ତାଙ୍କର କ୍ଷମତା ଯୁଦ୍ଧ ମଧ୍ୟ ଏହି ସମୟ ମଧ୍ୟରେ ଦେଖିବାକୁ ମିଳିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ଉଭୟଙ୍କୁ ସେମାନଙ୍କ ଅଧିକାର ପାଇଁ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବାକୁ ପଡିଥିଲା । ଗତ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍‌, ବନୱାରୀଲାଲଙ୍କୁ ଚିଠି ଲେଖି ତାଗିଦ୍ ମଧ୍ୟ କରିଥିଲେ । ଅନ୍ୟପକ୍ଷେ ବନୱାରୀଲାଲ, ଭଗୱନ୍ତ ସିଂହ ମାନ୍‌ଙ୍କୁ ରାଜ୍ୟରେ ଶାସନ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଏବଂ ସାମ୍ବିଧାନିକ ପ୍ରଣାଳୀର ବିଫଳତା ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପଠାଇବେ ବୋଲି ଧମକ ଦେଇଥିଲେ ।

ପ୍ରକାଶ, ବନୱାରୀଲାଲ ପୁରୋହିତ ୧୯୭୭ରେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୭୮ରେ ନାଗପୁରରୁ ବିଧାନସଭା ନିର୍ବାଚନରେ ବିଦର୍ଭ ଆନ୍ଦୋଳନ କମିଟି ଟିକଟରେ ବିଜୟୀ ହୋଇଥିଲେ । ସେହିପରି ୧୯୮୦ରେ ଦକ୍ଷିଣ ନାଗପୁରରୁ କଂଗ୍ରେସ ଟିକଟରେ ବିଧାୟକ ହୋଇଥିଲେ । କିନ୍ତୁ ୧୯୮୪ ଏବଂ ୧୯୮୯ରେ ସେ କଂଗ୍ରେସ ପାଇଁ ନାଗପୁର ଆସନ ପାଇଁ ଲୋକସଭା ପ୍ରାର୍ଥୀ ହୋଇଥିଲେ ଏବଂ ବିଜୟୀ ହୋଇଥିଲେ । ତେବେ ୧୯୯୧ ରାମମନ୍ଦିର ପ୍ରସଙ୍ଗରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିଲେ । ୧୯୯୬ରେ ବିଜେପି ପ୍ରାର୍ଥୀ ଭାବେ ନାଗପୁର ଲୋକସଭା ଆସନରୁ ବିଜୟୀ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking