30.1 C
Bhubaneswar
Monday, October 21, 2024
Homeଓଡିଶାଆଜି ଓଡ଼ିଶା ଆସୁଛନ୍ତି ମୋଦି

ଆଜି ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ସମ୍ବଲପୁର ଗସ୍ତ କାର୍ୟ୍ୟକ୍ରମ ରହିଛି। ଏହି ଅବସରରେ ମୋଦି ରେମେଡ ପଡିଆରେ ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ଜନ ସାଧାରଣଙ୍କୁ ଉଦବୋଧନ ଦେବେ। ପ୍ରଧାନମନ୍ତ୍ରୀ ମୋଦି ସମ୍ବଲପୁର ଆଇଆଇଏମର ଲୋକାର୍ପଣ ସହ ଅନ୍ୟ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନର କାର୍ୟ୍ୟକ୍ରମ ରହିଛି। ଏଥିସହ ସମ୍ବଲପୁର ରେଳ ଷ୍ଟେସନର ନବୀକରଣ, ସମ୍ବଲପୁର-ତାଳଚେର ୧୬୮ କିଲୋମିଟର ରେଳପଥ ଏବଂ ଝାରସୁଗୁଡା-ବରପାଲି-ସରଡେଗା ରେଳ ଲାଇନ ଦୋହରୀକରଣ ଆଦିର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ ଟ୍ରେନ ଚଳାଚଳ ଏବଂ ଷ୍ଟେସନ ବିଲଡିଂର ଶୁଭାରମ୍ଭ କରିବେ। ମୋଦିଙ୍କ ଗସ୍ତ ପାଇଁ ଆଇ.ଆଇ.ଏମ ପରିସରରେ ବ୍ୟାପକ ପ୍ରସ୍ତୁତି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking