30.1 C
Bhubaneswar
Monday, October 21, 2024
Homeଓଡିଶାବିଧାନସଭା ଅଧିବେଶନ ପୂର୍ବରୁ ଯାନବାହାନ ପାଇଁ କଟକଣା ଜାରି

ବିଧାନସଭା ଅଧିବେଶନ ପୂର୍ବରୁ ଯାନବାହାନ ପାଇଁ କଟକଣା ଜାରି

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ଯାନବାହାନ ପାଇଁ କଟକଣା ଜାରି କଲା କମିଶମରେଟ ପୁଲିସ । ଆସନ୍ତା ୫ତାରିଖ ଠାରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ବିଧାନସଭା ଅଧୂବେଶନ ଅନୁଷ୍ଠିତ ହେବାକୁ ଯାଉଅଛି । ତେଣୁ ଯାନବାହାନ ଚଳାଚଳ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଧାନସଭା ନିକଟକୁ ସଲଗ୍ନ କରୁଥିବା ସମସ୍ତ ରାସ୍ତା ମାନଙ୍କରେ ପୁଲିସ କମିଶନରେଟ୍ ଭୁବନେଶ୍ୱର କଟକ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ଓ ରେଗୁଲେଶନ ୨୦୦୮ ଧାରା ୩୬ ଅନୁସାରେ ଏହି ସମସ୍ତ କଟକଣା ଗୁଡ଼ିକ ଲାଗୁ କରାଯିବ । ହାଉସିଂ ବୋର୍ଡ ଛକ ପଟୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ କେଶରୀ ଟକୀଜ୍ ଠାରୁ ଆଗକୁ ନଯାଇ ବାମ ପାର୍ଶ୍ୱ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ । ଏ.ଜି. ଛକ ପଟୁ ପି.ଏମ୍‌.ଜି. ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ଜୟଦେବ ଭବନ ପାଖରେ ଡାହାଣ ପାର୍ଶ୍ୱରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ ।

ମାଷ୍ଟର କ୍ୟାଣ୍ଟିନ୍ ଛକରୁ ପି.ଏମ୍‌.ଜି. ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ସିଧା ନଯାଇ ଲୋୟର ପି.ଏମ୍‌.ଜି. ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ଦେଇ ଯାଇପାରିବେ । ୧୨୦ ବାଟାଲିୟନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ କୌଣସି ଯାନବାହାନ ନଯାଇ ପାୱାର ହାଉସ୍ ଛକ ଦେଇ ଯିବେ । ରାଜଭବନ ଛକ ପଟୁ ଏମ୍‌.ଏଲ୍‌.ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହାନ ଗୁଡ଼ିକ ଶାସ୍ତ୍ରୀ ନଗର ଛକ ଆଡ଼କୁ ଯିବେ । କିନ୍ତୁ ଏହି କଟକଣା ଗୁଡ଼ିକ ଜରୁରୀ କାଳୀନ କାର୍ଯ୍ୟରେ ନିୟୋଜିତ ଥିବା ଯାନବାହାନ (ପୋଲିସ, ଅଗ୍ନିଶମ ଓ ଆମ୍ବଲାକ୍ସ) ଏବଂ ବିଧାନସଭା, ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଯାନବାହାନମାନଙ୍କ ନିମନ୍ତେ ଲାଗୁ ହେବ ନାହିଁ । ଏହି ସମସ୍ତ କଟକଣା ଗୁଡ଼ିକ ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ ବଳବତ୍ତର ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking