29.1 C
Bhubaneswar
Tuesday, October 22, 2024
Homeଖେଳୱେଷ୍ଟ୍‌ଇଣ୍ଡିଜ୍‌କୁ ୮ ୱିକେଟ୍‌ରେ ହରାଇଲା ଅଷ୍ଟ୍ରେଲିଆ

ୱେଷ୍ଟ୍‌ଇଣ୍ଡିଜ୍‌କୁ ୮ ୱିକେଟ୍‌ରେ ହରାଇଲା ଅଷ୍ଟ୍ରେଲିଆ

ମେଲ୍‌ବର୍ଣ୍ଣ : ଅଷ୍ଟ୍ରେଲିଆ ଶୁକ୍ରବାର ମେଲ୍‌ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍‌ରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୱେଷ୍ଟ୍‌ଇଣ୍ଡିଜ୍‌କୁ ୮ ୱିକେଟ୍‌ରେ ହରାଇ ଦେଇଛି । ଏହା ସହିତ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ କଙ୍ଗାରୁ ଟିମ୍ ୧-୦ରେ ଆଗୁଆ ହୋଇଛି । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ୱେଷ୍ଟ୍‌ଇଣ୍ଡିଜ୍ ୪୮.୪ ଓଭର୍‌ରେ ୨୩୧ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା । ଜବାବରେ ଅଷ୍ଟ୍ରେଲିଆ କ୍ୟାପ୍‌ଟେନ୍ ଷ୍ଟିଭ୍ ସ୍ମିଥ୍ ଓ କାମେରନ୍ ଗ୍ରୀନ୍‌ଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ୍ ବଳରେ ୩୮.୩ ଓଭର୍‌ରେ ଦୁଇଟି ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଛି । ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ଡେବ୍ୟୁ କରିଥିବା ଫାଷ୍ଟ୍ ବୋଲର୍ ଜାଭିୟର୍ ବାର୍ଟଲେଟ୍ ୪ ୱିକେଟ୍ ଅକ୍ତିଆର କରିଛନ୍ତି ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ୱେଷ୍ଟଇଣ୍ଡିଜ୍ ଟପ୍ ଅର୍ଡର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା । ଓପ୍ନର୍ ଏଲିକ୍ ଆଥ୍‌ନାଜ୍ ୫ ରନ୍‌, ଜଷ୍ଟିନ୍ ଗ୍ରୀଭକ୍ସ ୧ ରନ୍‌, ଶାଇ ହୋପ୍ ୧୨ ରନ୍ ଏବଂ କେଭେମ୍ ହଜ୍ ୧୧ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ହେଡନ୍ ୱାଲ୍‌ଶ ୨୦ ରନ୍‌, ରୋମାରିଓ ଶେଫର୍ଡ ୦, ମାଥ୍ୟୁ ଫୋର୍ଡେ ଓ ଗୁକେଶ୍ ମୋତି ୩ ରନ୍ ଲେଖାଏଁ କରି ପ୍ୟାଭିଲିଅନ୍ ଫେରିଥିଲେ । ଓସେନ୍ ଥମର୍ ୨ ରନ୍‌ରେ ଅପରାଜିତ ରହିଥିଲେ । ଟପ୍ ଅର୍ଡର ବିଫଳ ହେବା ପରେ କିସି କାର୍ଟି ଇନିଂସ୍ ସମ୍ଭାଳି ୧୦୮ ବଲ୍‌ରେ ୮୮ ରନ୍ କରିଥିଲେ । ଏହା ଦିନିକିଆରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର୍ ଏହି ଇନିଂସ୍‌ରେ ୬ ଚୌକା ଓ ଦୁଇଟି ଛକା ସାମିଲ ଥିଲା । ସେହିପରି ରୋଷ୍ଟନ୍ ଚେଜ୍ ରକ୍ଷଣାତ୍ମକ ଇନିଂସ୍ ଖେଳି ୬୭ ବଲ୍‌ରେ ୫୯ ରନ୍ କରିବା ଫଳରେ ଟିମ୍‌ର ସ୍କୋର୍ ୨୦୦ ରନ୍ ପାର୍ ହୋଇଥିଲା । ତାଙ୍କର ଏହି ଇନିଂସ୍‌ରେ ୭ ଚୌକା ସାମିଲ ଥିଲା ।

୨୩୨ ରନ୍‌ର ପିଛା କରୁଥିବା ଅଷ୍ଟ୍ରେଲିଆ ୪ ରନ୍‌ର ସ୍କୋର୍‌ରେ ଟ୍ରାଭିସ୍ ହେଡ୍ (୪)ଙ୍କ ରୂପରେ ପ୍ରଥମ ୱିକେଟ୍ ହରାଇଥିଲା । ଏହାପରେ ଜୋଶ୍ ଇଙ୍ଗ୍‌ଲିସ୍ ଓ କାମେରନ୍ ଗ୍ରୀନ୍ ଦ୍ୱିତୀୟ ୱିକେଟ୍ ପାଇଁ ୫୦ରୁ ଅଧିକ ରନ୍ ରନ୍‌ର ଯୋଡ଼ିଥିଲେ । କଙ୍ଗାରୁ ଟିମ୍ ୮୩ ରନ୍‌ର ସ୍କୋର୍‌ରେ ଇଙ୍ଗ୍‌ଲିସ୍‌(୬୫ ରନ୍‌)ଙ୍କ ରୂପରେ ଦ୍ୱିତୀୟ ୱିକେଟ୍ ହରାଇଥିଲା । ଏହାପରେ ଗ୍ରୀନ୍‌ଙ୍କ ସହ ମିଶି ସ୍ମିଥ୍ ଆଉ କୌଣସି ୱିକେଟ୍‌ର ପତନ ନଘଟାଇ ଟିମ୍‌କୁ ୮ ୱିକେଟ୍‌ରେ ବିଜୟୀ କରାଇଥିଲେ । ସ୍ମିଥ୍ ୭୯ ଏବଂ ଗ୍ରୀନ୍ ୭୭ ରନ୍‌ରେ ଅପରାଜିତ ରହିଥିଲେ । ଇଣ୍ଡିଜ୍ ପକ୍ଷରୁ ମାଥ୍ୟୁ ଫୋର୍ଡେ ଓ ଗୁକେଶ ମୋତିଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ଉଭୟ ଟିମ୍ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ରବିବାର ସିଡ୍‌ନୀରେ ଖେଳାଯିବ । ଏହାପରେ ତୃତୀୟ ତଥା ଅନ୍ତିମ ମ୍ୟାଚ୍ କାନ୍‌ବେରାରେ ହେବ । ଦିନିକିଆ ସିରିଜ୍ ପରେ ଦୁଇଟି ଟିମ୍ ତିନି ମ୍ୟାଚ୍‌ର ଟି-୨୦ ସିରିଜ୍ ଖେଳିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking