24.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶମୁମ୍ବାଇ ରଣଜୀ ଟିମ୍‌ରେ ପୃଥ୍ୱୀ ଶ’

ମୁମ୍ବାଇ ରଣଜୀ ଟିମ୍‌ରେ ପୃଥ୍ୱୀ ଶ’

ମୁମ୍ବାଇ:  ଟିମ୍ ଇଣ୍ଡିଆ ବିସ୍ଫୋରକ ଓପ୍ନର୍ ପୃଥ୍ୱୀ ଶ’ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ । ମୁମ୍ବାଇ କ୍ରିକେଟ୍ ସଂଘ (ଏମ୍‌ସିଏ) ତାଙ୍କ ରଣଜୀ ଟ୍ରଫି ସ୍କ୍ୱାଡ୍‌ରେ ସାମିଲ କରିଛି । ଆହତ ସମସ୍ୟାରୁ ସୁସ୍ଥ ହେବାପରେ ୨୪ ବର୍ଷୀୟ ବ୍ୟାଟର୍ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ ଶୁକ୍ରବାର କୋଲ୍‌କାତାର ଇଡେନ୍ ଗାର୍ଡେନ୍ସରେ ବେଙ୍ଗଲ ବିପକ୍ଷରେ ମ୍ୟାଚ୍ ମଧ୍ୟ ଖେଳିବେ । ପୃଥ୍ୱୀ ଶ’ ଗତବର୍ଷ ସେପ୍ଟେମ୍ବରରେ ଆହତ ହୋଇଥିଲେ । ଇଂଲଣ୍ଡରେ ଦିନିକିଆ କପ୍ ଖେଳୁଥିବା ବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା ।

ସେବେଠାରୁ ସେ ବେଙ୍ଗାଲୁରୁସ୍ଥିତ ନାସ୍‌ନାଲ୍ କ୍ରିକେଟ୍ ଏକାଡେମୀ (ଏନ୍‌ସିଏ)ରେ ଚିକିତ୍ସିତ ହେଉଥିଲେ । ପାଞ୍ଚମାସ ପରେ ଏବେ ଏନ୍‌ସିଏ ତାଙ୍କୁ ସମ୍ପୂର୍ଣ୍ଣ ଫିଟ୍ ଘୋଷଣା କରିଛି । ଆହତ କାରଣରୁ ପୃଥ୍ୱୀ ମୁମ୍ବାଇ ପାଇଁ ୨୦୨୩ରେ ବିଜୟ ହଜାରେ ଟ୍ରଫି ଏବଂ ସୟଦ୍ ମୁସ୍ତାକ ଅଲୀ ଟ୍ରଫିରେ ଖେଳିପାରି ନଥିଲେ । ସେହିପରି ଚଳିତ ରଣଜୀ ଟ୍ରଫିର ପ୍ରାରମ୍ଭିକ ଚାରିଟି ମ୍ୟାଚ୍‌ରେ ମଧ୍ୟ ସେ ଟିମ୍‌ରେ ସାମିଲ ହୋଇପାରି ନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking