29.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଏନ୍‌. ଶ୍ରୀନିବାସନ୍‌ଙ୍କ ଅଫିସ୍‌ରେ ଇଡି ଚଢ଼ଉ

ଏନ୍‌. ଶ୍ରୀନିବାସନ୍‌ଙ୍କ ଅଫିସ୍‌ରେ ଇଡି ଚଢ଼ଉ

ନୂଆଦିଲ୍ଲୀ: ବିସିସିଆଇର ପୂର୍ବତନ ସଭାପତି ଏନ୍ ଶ୍ରୀନିବାସନ୍‌ଙ୍କ କମ୍ପାନୀ ଇଣ୍ଡିଆ ସିମେଣ୍ଟ୍‌ସ ଅଫିସ୍‌ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉ କରିଛି । କମ୍ପାନୀର ଚେନ୍ନାଇ ଓ ଦିଲ୍ଲୀସ୍ଥିତ ଅଫିସ୍‌ରେ ଯାଞ୍ଚ୍ ଏଜେନ୍ସି ତଲାସୀ ନେଇଛି । ମିଡିଆ ରିପୋର୍ଟ ଅନୁସାରେ ଫରେନ୍ ଏକ୍ସଚେଞ୍ଜ୍ ମ୍ୟାନେଜମେଣ୍ଟ୍ ଆକ୍ଟ (ଫେମା) ଉଲ୍ଲଂଘନ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।

ଚେନ୍ନାଇରେ ଇଣ୍ଡିଆ ସିମେଣ୍ଟ୍‌ସର ଦୁଇଟି ଏବଂ ଦିଲ୍ଲୀରେ ଗୋଟିଏ ଅଫିସ୍‌ରେ ବୁଧବାର ଇଡି ତଲାସୀ କରିଛି । ଏଜେନ୍ସିର ଯାଞ୍ଚ୍‌ରେ ସହାୟତା କରୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଦେଶର ବଡ଼ ସିମେଣ୍ଟ୍ କମ୍ପାନୀ ମଧ୍ୟରୁ ଇଣ୍ଡିଆ ସିମେଣ୍ଟ୍‌ସ ଅନ୍ୟତମ । ରାଜସ୍ୱ ହିସାବରେ ଏହା ୯ମ ସବୁଠୁ ବଡ଼ ସୂଚୀବଦ୍ଧ ସିମେଣ୍ଟ୍ କମ୍ପାନୀ । କମ୍ପାନୀର ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ୭ଟି ପ୍ଲାଣ୍ଟ୍ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking